ତୁମୁଡିବନ୍ଧ:-(କୋଶଲ ନ୍ୟୁଜ୍)ସ୍ୱଳ୍ପ ବେତନରେ ସବୁଦିନ ଭଳି ଆଜିବି ଗୁମା ପଞ୍ଚାୟତର ଉଷାବାଲି ଯାଇ ଡ୍ୟୁଟି କରିଥିଲେ ଅଙ୍ଗନବାଡି ଦିଦି l ହେଲେ ଡ୍ୟୁଟି ସାରି ଓଡି୧୨ ୭୦୨୭ ନମ୍ବର ବିଶିଷ୍ଟ ବେଲଘର ରୁ ଫୁଲବାଣୀ ଯାଉଥିବା ସରକାରୀ ବସରେ କୌଣସି କାର୍ଯ୍ୟ ପାଇଁ ତୁମୁଡିବନ୍ଧ ଆସିବାକୁ ବାହାରିଥିଲେ ଦିଦି l ଗାଡ଼ି ଆସିବାରୁ ହାତ ମାରି ଅଟକାଇବାକୁ ଚେଷ୍ଟା କଲା ବେଳେ ଗାଡ଼ି ଧକ୍କାରେ ଚକ ତଳେ ପଡିଗଲେ ଦିଦି l ଘଟଣା ସ୍ଥଳରେ ଚାଲିଗଲା ଦିଦିଙ୍କ ଜୀବନ l ଘରେ ପିଲାମାନେ ଚାହିଁବସିଥିଲେ ମା ର ଫେରିବା ବାଟକୁ କିନ୍ତୁ ମା ଚାଲିଗଲେ ଆରପାରିକୁ l ଦାଦନ ଖଟିବାକୁ ଯାଇଥିବା ସ୍ୱାମୀ ଖବର ପାଇ ଦୂର ରାଇଜରେ ବ୍ୟସ୍ତ ବିବ୍ରତ l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଉଷାବାଲି ଘାଟିରେ l ତୃଟି କାହାର ଜଣାପଡିନଥିବା ବେଳେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଉଷାବାଲି ଅଙ୍ଗନବାଡି ଦିଦି ସ୍ନେହଲତା ମଝିଆସେଠ୍ (୩୮ବର୍ଷ )ଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥିବା ଅନୁମାନ କରାଯାଉଛି l ଶୋକ ସନ୍ତପ୍ତ ପରିବାରବର୍ଗ ଏବଂ ଉତ୍ୟକ୍ତ ଗ୍ରାମବାସୀ ଘଟଣା ସ୍ଥଳରୁ ଶବ ଆଣି ତୁମୁଡିବନ୍ଧ ଆମ୍ବେଦକର ଛକରେ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଦାବି ପରିବାର ର ଜଣଙ୍କୁ ଚାକିରୀ ଦାବୀରେ ରାସ୍ତାରୋକ କରିଛନ୍ତି l ଘଟଣା ସ୍ଥଳକୁ ତୁମୁଡିବନ୍ଧ ଅତିରିକ୍ତ ତହସିଲଦାର ସୁନୀଲ ନାୟକ, ତୁମୁଡିବନ୍ଧ ଥାନା ଅଧିକରି ଆଶୁତୋଷ ଜେନା ସଦଳେବଳେ ପହଞ୍ଚି ଲୋକଙ୍କ ସହ ବୁଝାମଣା ଚାଲିଥିବା ଦେଖିବାକୁ ମିଳିଛି l ତେବେ ବର୍ତମାନ ସୁଦ୍ଧା ୫୯ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି l
ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ