ତୁମୁଡିବନ୍ଧ – (କୋଶଲ ନିୟୁଜ)କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ହେଉଛି ଏକ ଉପାନ୍ତ ବ୍ଲକ l ଦିନକୁଦିନ ଟେକନୋଲୋଜି ଯେତେ ଆଗକୁ ଯାଉଛି ତୁମୁଡିବନ୍ଧ ମୋବାଇଲ ନେଟୱର୍କ ତାହାଠାରୁ ଅଧିକ ବିଭ୍ରାଟ ସୁଷ୍ଟି କରୁଛି ଗ୍ରାହକ ଙ୍କ ପାଖରେ l ଆଜକୁ ପ୍ରାୟ ୨୦ଦିନରୁ ଅଧିକ ହେବ ତୁମୁଡିବନ୍ଧ ବ୍ଲକରେ ବିଏସଏନଏଲ ନେଟୱର୍କ ଠିକସେ କାର୍ଯ୍ୟ କରୁନଥିବା ଦେଖିବାକୁ ମିଳିଛି l ଯାହାଦ୍ୱାରା ତୁମୁଡିବନ୍ଧ ବ୍ଲକର ବେଲଘର, ଝିରିପାଣି, ଲଙ୍କାଗଡ଼, ଭଣ୍ଡାରଙ୍ଗୀ ଭଳି ଉପାନ୍ତ ପଞ୍ଚାୟତରୁ ଆସୁଥିବା ବୃଦ୍ଧ ବୃଦ୍ଧା ବ୍ୟାଙ୍କ କାର୍ଯ୍ୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ କୁ ବିଭିନ୍ନ କାର୍ଯ୍ୟ ରେ ଆସୁଥିଲେ ମଧ୍ୟ ସମସ୍ତ ଙ୍କ ପାଖରୁ ଶୁଣିବାକୁ ପଡୁଛି ବିଏସଏନଏଲ ନେଟୱର୍କ ନାହିଁ ତେଣୁ ଲିଙ୍କ ରହୁନି ଏହା ଶୁଣି ନିରାଶ ହୋଇ ଫେରୁଛୁ ବୋଲି କହିବା ଶୁଣିବାକୁ ପାଉଛୁ l ଏହି ବାବଦରେ ବିଏସଏନଏଲ ର କିଛି ଉଚ୍ଚ ପଦାଧିକାରୀ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଲେ ମଧ୍ୟ କାହାର ତାଳମେଳ ନଥିଲା ଭଳି ଉତ୍ତର ଶୁଣିବାକୁ ପଡୁଛି l କିଛି ଗ୍ରାହକ ବିଏସଏନଏଲ ର ବ୍ରଡ଼ବ୍ୟାଣ୍ଡ ନିଜ ଘରେ ହେଉକି ବ୍ୟବସାୟ ଅନୁଷ୍ଠାନ ରେ ସଂଯୋଗ କରିଥିବା ବେଳେ ଏକାଧିକ ଦିନ ନେଟୱର୍କ ନାରହିଲେ ମଧ୍ୟ ବିଲ ଯଦି ପୈଠ ଠିକ ସମୟରେ ନକରନ୍ତି ତେବେ ସଂଯୋଗ ରୁ ବିଛିନ୍ନ କରିଦେଉଥିବା କିଛି ଗ୍ରାହକ କୁ ବିଏସଏନଏଲ ବିଭାଗର ଏହିଭଳି କାର୍ଯ୍ୟ କୁ ନାପସନ୍ଦ କରିଛନ୍ତି l ଯଦି ଆଗାମୀ ଦିନରେ ଏହିଭଳି ସମସ୍ୟା ଉପୁଜେ ତେବେ ଆମେ ସମ୍ପୂର୍ଣ ଭାବେ ବିଏସଏନଏଲ କୁ ବିଛିନ୍ନ କାରି ଜିଓ ବ୍ରାଣ୍ଡବ୍ୟାଣ୍ଡ ବ୍ୟବହାର କରିବୁ ବୋଲି ମତ ରଖିଛନ୍ତି l
ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ