ବାଲିଗୁଡ଼ା-(କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁମ୍ବୋମେଲୁ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଛନ୍ତି ବିଏସ ଏଫ ଯବାନ l ସୂଚନା ପ୍ରକାରେ ସଲାଗୁଡ଼ା ପଂଚାୟତ ଡାକlରେ ଥିବା 136 ବାଟାଲିୟନ ବିଏସ ଏଫ ଗୁଇନ୍ଦା ସୂଚନା ପ୍ରକାରେ ସଲାଗୁଡ଼ା ପଂଚାୟତର କୁମ୍ବମେଲୁ ଜଙ୍ଗଲ ରେ ମାଓ କ୍ୟାମ୍ପ ରହିଥିବା ଜାଣି ଥିଲେ l ଏହା ପରେ ଜଙ୍ଗଲରେ ବିଏସ ଏଫ ଯବାନ ମାନେ ସର୍ଚ୍ଚ ଅପ୍ରସନ କରିଥିଲେ l ଏକ ପଥର କଡ଼ରୁ ମାଓ ସାମଗ୍ରୀ ପାଇଥିଲେ କିନ୍ତୁ କୋଣସି ମାଓ ବାଦୀଙ୍କୁ ପାଇନଥିଲେ l ଜଙ୍ଗଲ ମଧ୍ୟ୍ୟରୁ ପାଇଥିବା ସାମଗ୍ରୀ ଗୁଡ଼ିକ ହେଲା ଦୁଇଟି ବନ୍ଧୁକ, ଗୋଟିଏ ପେକେଟ ଜିଲେ ଟିନ, ଗୋଟିଏ ଡେଟୋନେଟର, ଗୋଟିଏ ମାଓ ବ୍ୟlନର,ଦୁଇଟି ପାମ୍ପ ଲେଟ, ଦୁଇଟି ପୁରୁଣା ପଲିଥିନ ବ୍ୟlଗ, ଦୁଇଟି ଟାର ଫିଲନ, ପ୍ଲାଷ୍ଟିକ ଚାରୋଟି, ପ୍ରିଣ୍ଟର ପ୍ରଟେକସନ କଭର , ଗୋଟିଏ ବକ୍ସ, ଜlକେଟ ତିନୋଟି, ଗ୍ଲୋସ 13 ପେକେଟ , 4 ସାଇଜ ପେପେର,10 ପେକେଟ ମେଡିସିନ, ଗୋଟିଏ ହଳ ଲେଡ଼ିଜ ଚପଲ, ଗୋଟିଏ ଲାଲ କଲର ତକିଆ, ପ୍ରିଣ୍ଟର ମାନୁଆଲ ଦୁଇଟି, ତାଲା ଚାବି, ଆଠ ପେକେଟ ଓ ଆର ଏସ, ଏହାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ବିଏସଏଫ ଜବତ ହୋଇଥିବା ମାଓ ସାମଗ୍ରୀ ବାଲିଗୁଡ଼ା ଥାନା ରେ ଦାଖଲ କରିଛନ୍ତି l
