ବ୍ଲକ ସ୍ଥରୀୟ ଯୋଗ ଦିବସ ଆୟୋଜିତ

ତୁମୁଡିବନ୍ଧ (କୋଶଲ ନ୍ୟୁଜ୍)ଜୁନ 21ତାରିଖ ମିଳିତ ଜାତିସଂଘ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ  ତୁମୁଡିବନ୍ଧ ବ୍ଲକ ର ଏଗାର ଗୋଟି ପଞ୍ଚାୟତ ଠାରେ ଆୟୋଜିତ ହୋଇଯାଇଛି। ଏବର୍ଷ ର ମୁଖ୍ୟ ବାର୍ତ୍ତା ରହିଛି “ଏକ ପୃଥିବୀ ଏକ ସ୍ବାସ୍ଥ୍ୟ”।ସମ୍ପ୍ରତି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଯୋଗାଭ୍ୟାସ ଶରୀର କୁ ସୁସ୍ଥ ଓ ନିରାମୟ ରଖିବା ସହ କାର୍ଯ୍ୟ ସମ୍ପାଦନ ପାଇଁ ଉର୍ଜା ପ୍ରଦାନ କରିଥାଏ। ତୁମୁଡି଼ବନ୍ଧ ବ୍ଲକ ର ଏଗାର ଗୋଟି ପଞ୍ଚାୟତ ରେ ସମସ୍ତ ସରପଞ୍ଚ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଏଡିଓ, ଯୋଗାଣ ସହାୟକ ସମସ୍ତ ଅଧିକାରୀ ଯୋଗ ଦିବସ ରେ ଯୋଗଦେଇ  ଯୋଗ କୁ ପ୍ରାଚୀନ ଭାରତର ପରମ୍ପରା ବୋଲି ଅଭିହିତ କରିଥିଲେ। ଆଜି  ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସମଗ୍ର ବିଶ୍ୱ ତଥା ଭାରତ ବର୍ଷରେ ଏହି ମହାନ ପରମ୍ପରା କୁ ପୁନର୍ଜୀବିତ କରାଯାଇଥିବାରୁ ସ୍ଥାନୀୟ ବିଡିଓ ବନବିହାରୀ ହରପାଲ ଖୁସି ବ୍ୟକ୍ତ କରିଥିଲେ। କିଶୋର କିଶୋରୀ, ଯୁବ ବର୍ଗ ଏବଂ ବରିଷ୍ଠ ନାଗରିକ, ସମସ୍ତେ ଏହି ପାରମ୍ପରିକ ଅଭ୍ୟାସ କୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରି ସୁସ୍ଥ ଓ ନିରାମୟ ରହିବା ପାଇଁ ସାଂସଦ ପ୍ରତିନିଧି ଶ୍ରୀ ପୂର୍ଣଚନ୍ଦ୍ର ପାଢ଼ୀ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଡିଓ ବନବିହାରୀ ହରପାଲ, ସାଂସଦ ପ୍ରତିନିଧି ପୂର୍ଣଚନ୍ଦ୍ରପାଢ଼ୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ସହାୟକ ଯନ୍ତ୍ରୀ ସିଡିପିଓ ଙ୍କ ସମେତ ସମସ୍ତ କର୍ମଚାରୀ  ଯୋଗଦେଇ ଯୋଗ ମନୁଷ୍ୟ ର ଆତ୍ମା କୁ ପରମାତ୍ମା ଙ୍କ ସହ ଯୋଡିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ନିୟମିତ ଯୋଗ ଅଭ୍ୟାସ ଶରୀର କୁ ସୁସ୍ଥ ରଖିବା ସହ ମନ ପ୍ରଫୁଲ୍ଲ ରଖିଥାଏ ବୋଲି ଅତିଥି ମାନେ କହିଥିଲେ | ସାଧାରଣତହ ଯୋଗ ନିୟମାବଳୀ ଅନୁସାରେ ପ୍ରଥମେ ପ୍ରାର୍ଥନା ପରେ ପରେ ବିଭିନ୍ନ ଆସନ ଯେପରି କି ତାଡାସନ, ଭୂଜଙ୍ଗାସନ, ତ୍ରିକୋଣାସନ ଏବଂ ଭ୍ରମରୀ,କପାଳ ଭାତି,ଅନୁଲୋମ ବିଲୋମ ପରି ପ୍ରାଣାୟାମ ମୁଦ୍ରା ପ୍ରଶିକ୍ଷକ ଙ୍କ ନିର୍ଦ୍ଦେଶନାରେ କରାଯାଇଥିଲା।

ରିପୋର୍ଟ ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...