ଜଳ ଗୁଣବତ୍ତା ପରୀକ୍ଷଣ ଓ ପରିମଳ ସର୍ବେକ୍ଷଣ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଶିବିର।

ତୁମୁଡିବନ୍ଧ-(କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ସଭା ଗୃହରେ ଆଜି ଶୁକ୍ରବାର ଜଳ ଗୁଣବତ୍ତା ପରୀକ୍ଷଣ ଓ ପରିମଳ ସର୍ବେକ୍ଷଣ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟିକୁ ତୁମୁଡିବନ୍ଧ ବ୍ଳକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଚୌଧୁରୀ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରି ହରପାଲ,ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦାସ, ପି ଏମ ଅକ୍ଷୟ କୁମାର ପ୍ରଧାନ ଓ ଲ୍ୟାବ ପ୍ରଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ବର୍ଷା ପୂର୍ବରୁ ଏହି ଶିବିର କରାଯାଇ ଅଛି।ଯାହାଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ସଚେତନ ହୋଇ କିଭଳି ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ଏବଂ ଆଗକୁ ବର୍ଷା ଦିନରେ କିଭଳି ସୁସ୍ଥ ରହିବେ ତାହାକୁ ଗୁରୁତ୍ୱ ଦେଇଛନ୍ତି । ତୁମୁଡିବନ୍ଧ ବ୍ଳକ ର ୧୧ ଗୋଟି ପଞ୍ଚାୟତର ଏମ ବି କେ ମା ମାନଙ୍କୁ ଲ୍ୟାବ ପ୍ରଶିକ୍ଷକ ଜଳର ୧୨ ପ୍ରକାରର ପରୀକ୍ଷା ବାବଦରେ ଏହି ଶିବିରରେ ତାଲିମ ଦିଆଯାଇଥିଲା ଏବଂ ସେମାନେ ନିଜ ନିଜ ପଞ୍ଚାୟତରେ କାର୍ଯ୍ୟ ରତ ସି.ଆର.ପି.ସି.ଏମ ମାନଙ୍କୁ ତାଲିମ ଦେଵା  କୁ ପରାମର୍ଶ କରିଥିଲେ। ଯାହାଫଳରେ ଗ୍ରାମାଞ୍ଚଳର ବସବାସ କରୁଥିବା ସମସ୍ତ ଜନସାଧାରଣ  ବିଶୁଦ୍ଧ ପାନୀୟ ଜଳ  ପାଇ କିଭଳି ନିରୋଗୀ ରହି ପାରିବେ ଏହା ପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଶିବିର କୁ  ସମାପ୍ତ କରିଥିଲେ।

ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ ତୁମୁଡିବନ୍ଧ

Comments
Loading...