ଗଛରେ ଧକାହୋଇ ବାଇକ ଚାଳକ ମୃତ୍ୟୁ

କନ୍ଧମାଳ(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତ ସ୍ଥିତ ଟୋଲ ଗେଟ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା ଘଟଣା ରୁ ପ୍ରକାଶ ଯେ ବିଳମ୍ବିତ ରାତି ରେ ଏକ ମଟର ସାଇକେଲ ୟାମାହାR15 OD08N2785 ନମ୍ବର ମଟର ସାଇକେଲ ବାଲିଗୁଡା ଅଭିମୁଖେ ଯାଉଥିବା ସମୟରେ ଟୋଲ ଗେଟ ରୁ ମାତ୍ର ୧୦୦ ମିଟର ଦୂରରେ ରାସ୍ତା ପାଶ୍ୱରେ ଥିବା ଏକ ଗଛ କୁ ଧକା ଦେବା ଫଳରେ ଯୁବକ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣା ପଡିଛି l ସକାଳୁ ସକାଳୁ ପ୍ରତଃ ଭ୍ରମଣରେ ଯାଉଥିବା କୁର୍ତମଗଡ଼ ଯୁବ ସାମ୍ବାଦିକ ରହନ ନନ୍ଦ ଏବଂ ଦୁଇ ବନ୍ଧୁ ତୋଫାନ ନାୟକ, ପିଙ୍କୁ ନନ୍ଦ ଦୁର୍ଘଟଣା ଗ୍ରସ୍ତ ମଟର ସାଇକେଲ କୁ ଦେଖି ତୁମୁଡିବନ୍ଧ ପୋଲିସ କୁ ଖବର ଦେଇଥିଲେ କିନ୍ତୁ ପୋଲିସ ପହଞ୍ଚି ବାରେ ବିଳମ୍ବ ହେବାରୁ ତୁମୁଡିବନ୍ଧ ରୁ ୧୦୮ ଆମ୍ବୁଲାନ୍ସ କୁ ଡକାଇ ଦୁର୍ଘଟଣା ବ୍ୟକ୍ତି ଙ୍କୁ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି l

ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ

Comments
Loading...