ତୁମୁଡ଼ିବନ୍ଧ ପୋଲିସ୍ କୁ ବଡ଼ ସଫଳତା, ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କଲେ ଏସଡିପିଓ

ବ୍ୟବସାୟୀଙ୍କ ଘରୁ ବନ୍ଧୁକ ଦେଖାଇ ଲୁଟ୍ ଘଟଣାର ପର୍ଦ୍ଦାଫାଶ


ତୁମୁଡିବନ୍ଧ(କୋଶଲ ନ୍ୟୁଜ୍ ):– କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ପିତାମ୍ବର ସାହୁ ନାମକ ଏକ ବ୍ୟବସାୟୀ ଙ୍କ ଠାରୁ କିଛି ଦୃର୍ବୁତ୍ତ ମୁଖା ପିନ୍ଧି ବନ୍ଧୁକ ଦେଖାଇ ଘରୁ ସୁନା, ଗହଣା, ଟଙ୍କା ଲୁଟ୍ କରିଥିଲେ। ଏନେଇ ତୁମୁଡ଼ିବନ୍ଧ ବଣିକ ସଂଘ ବାରମ୍ବାର ଚୋରି, ଡ଼କାୟତି ହେଉଛି ସେ ନେ଼ଇ ରାସ୍ତା ରୋକ କରିଥିଲେ ପୋଲିସ୍ କୌଣସି ପଦକ୍ଷେପ ନେଉନାହାନ୍ତି କହି  । ଏହାକୁ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ବଣିକ ସଂଘ ଓ ଚୋରି ହୋଇଥିବା ବ୍ୟବସାୟୀଙ୍କ ସହ ଆଲୋଚନା କରି ଏ ଡ଼କାୟତି ଘଟଣାକୁ ନିଜେ ହାତ କୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରେ ଡ଼କାୟତି କୁ ଧରିବାରେ ମଧ୍ଯ ସଫଳ ହୋଇଥିଲେ। ଡ଼କାୟତି କରିଥିବା ଅଭିଯୁକ୍ତ ମାନେ ଲଗାତାର ଡିସେମ୍ବର, ଜାନୁୟାରୀ, ଓ ଫେବୃୟାରୀ ତିନି ମାସ ଧରି ଡ଼କାୟତିରେ ଲିପ୍ତ ଥିଲେ। ପୂର୍ବରୁ ଡ଼କାୟତି ହୋଇଥିବା ଗ୍ୟଙ୍ଗର କିଛି ଦୁବୃର୍ତ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ବ୍ୟବସାୟୀ ଙ୍କ ଘରୁ ଡ଼କାୟତି କରିଥିବା ଅଭିଯୁକ୍ତ ମାନେ ତୁମୁଡ଼ିବନ୍ଧ ରେ ନ ରହି ରାୟଗଡା ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବୁଲୁ ଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ପ୍ରିୟରଞ୍ଜନ ମଣ୍ଡଳ, ପିତା ପ୍ରଭାତ ମଣ୍ଡଳ, ମୋତିରାମ ପରାସେଠ୍ ମାଲିପଡ଼ା, ପିଙ୍କୁ ନାୟକ ବୁଡ଼ାପଡ଼ା, ରିଚାର୍ଡ ଟୁଏଲ ନାୟକ ଶଗଡିଆ ସାହି,ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ହୋଇଥିବା ବେଳେ ଆଉ ଜଣେ ଦାରିଂବାଡ଼ିର ଥାନା କୁପାବାଡି ଗ୍ରାମର ପିଙ୍କୁ ନାୟକ ଏହି ପାଞ୍ଚଜଣଙ୍କ ଠାରୁ ନଗଦ ୩୩୨୦୦, ସୁନା ୧୫୦ଗ୍ରାମ, ରୂପା ୧୬ଗ୍ରାମ, ଦୁଇଟି ମୋବାଇଲ, ବ୍ୟାଙ୍କରେ ବନ୍ଧକ ରଖି ଥିବା ଦସ୍ତାବିଜ, ଦୁଇଟି ଗ୍ଲୋବସ୍, ପାଞ୍ଚଟି ମାସ୍କ୍, ଦୁଇ ପକେଟ  ସେଲୋ ଟେପ୍ ଜବତ କରି ଏକ ମାମଲା ନମ୍ୱର୍ ୩୧/୨୫ ରୁଜୁ କରି କୋର୍ଟ ଚାଲାଣ କରିଥିବା ସହିତ ପୂର୍ବରୁ୨୯/୨୧,୯୦/୨୨,୧୧/୨୩,୧୪୭/୨୪,୧୫୦/୨୪ ହୋଇଥିବା ମାମଲାରେ ସଂପୃକ୍ତ ଥିବା କହିଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରି ରାମେନ୍ଦ୍ର ପ୍ରାସଦ l        *ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ*

Comments
Loading...