ବାଲିଗୁଡ଼ା ଉପଖଣ୍ଡ ବନାଞ୍ଚଳ ପକ୍ଷରୁଚାରା ବିତରଣ କେନ୍ଦ୍ର ଉଦଘାଟିତ

ବାଲିଗୁଡା(କୋଶଲ ନ୍ୟୁଜ୍) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ବନାଞ୍ଚଳ ପକ୍ଷରୁ ଚଳିତ ବର୍ଷ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବ ସରରେ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ ଚାରା ବିତରଣ ରୋପଣ କେନ୍ଦ୍ର ଉଦଘାଟନ କରାଯାଇଛି l ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଚାରା ବିତରଣ କେନ୍ଦ୍ର ଉଦଘାଟନ କରିଥିଲେ l  ଏବଂ ଉପସ୍ଥିତ ଜନ ସାଧାରଣଙ୍କୁ ପରିବେଶ ସୁରକ୍ଷିତ ରଖିବା ପାଇଁ ମା ପାଇଁ ଗଛ ଟିଏ  ଲଗାଇବା ପାଇଁ ନିବେଦନ କରିଥଲେ l ବିଦ୍ୟାଳୟ, ସରକାରୀ କାର୍ଯ୍ୟlଳୟ,ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ମାଗଣା ଚାରା ବିତରଣ କରିବା ର ବ୍ୟବସ୍ଥା କରାଯାଇଥିବା ବେଳେ ସାଧାରଣ ଲୋକ ଙ୍କୁ 1 ଟଙ୍କା ରେ 10ଟି ଚାରା ବିତରଣ କରାଯାଉଛି l ଫଳରେ ବହୁ ଜନ ସାଧାରଣ ଚାରା ନେବା ନିମନ୍ତେ ଭିଡ଼ ଜମାଇବା ସହ ଚାରା ନେବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି lଏହି କାର୍ଯ୍ୟକ୍ରମ ପରିଚାଳନାରେ ଫରେଷ୍ଟର ପ୍ରଭାତ କୁମାର ଦୋରା ସହଯୋଗ କରିଥିବା ବେଳେ ଏ ସି ଏଫ ଓ ସୂର୍ଯ୍ୟ ବେହେରା ରେଞ୍ଜର ସୁବାଷ ଚନ୍ଦ୍ର ଦିଗାଲ, ଟିକେଶ୍ୱର୍ ବେହେରା, ଗିରିଶ ଚନ୍ଦ୍ର ସାହୁ, ଦାଶରଥି ପଣ୍ଡା ଉପସ୍ଥିତ ଥିଲେ l

Comments
Loading...