୨୯ରେ ବାଲିଗୁଡ଼ା ଓକିଲ ସଂଘ ନିର୍ବାଚନ, ମତାଧିକାର ସାବ୍ୟସ୍ତ କରିବେ ୫୯ ଆଇନଜୀବୀ

ବାଲିଗୁଡ଼ା(କୋଶଲ ନ୍ୟୁଜ୍):-ସାରା ରାଜ୍ୟରେ ଓଳିଲ ସଂଘ ନିର୍ବାଚନ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ବାର୍ କାଉନ୍‌ସିଲ୍ ପରାମର୍ଶକ୍ରମେ ବାଲିଗୁଡ଼ା ଓକିଲ ସଂଘର ୨୦୨୫-୨୦୨୬ ବର୍ଷ ପାଇଁ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧକ୍ଷ ଓ ଲାଇବ୍ରେରୀ ସମ୍ପାଦକ ପଦବୀ ଲାଗି ନିର୍ବାଚନ ସକାଶେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ବାଲିଗୁଡ଼ା ଓକିଲ ସଂଘର ନିର୍ବାଚନ ସୁପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ରୂପେ ଆଇନଜୀବୀ ସେଖ୍ ଆନିସୁଦିନ  ନିର୍ବାଚନ ଅଧିକାରୀ ରୂପେ ନିଯୁକ୍ତି ପାଇଥିବା ଜଣାପଡ଼ିଛି । ଆସନ୍ତା ବାଲିଗୁଡ଼ା ଓକିଲ ସଂଘ ନିର୍ବାଚନରେ ଯେଉଁମାନେ ନିଜ ନିଜର ମତାଧିକାର ସବ୍ୟସ୍ତ କରିପାରିବେ ସେନେଇ ଏକ ବୈଧ ଭୋଟର ତାଲିକା ରାଜ୍ୟ ବାର୍ କାଉନ୍‌ସିଲ୍ ପକ୍ଷରୁ ବାଲିଗୁଡ଼ା ଓକିଲ ସଂଘକୁ ଆସିଥ‌ିବା ଜଣାପଡ଼ିଛି । ଆସନ୍ତା ନିର୍ବାଚନରେ ବାଲିଗୁଡ଼ା ଓକିଲ ସଂଘର ୫୯ ଜଣ ଆଇନଜୀବୀ ଭାଗ ନେବେ ବୋଲି ନିର୍ବାଚନ ଅଧୁକାରୀ ସେଖ ଆନିସୁଦିନ ସୂଚନା ଦେଇ ଛନ୍ତି l ବାଲିଗୁଡ଼ା ଓକିଲ ସଂଘର ବିଭିନ୍ନ ପଦପଦବୀ ଲାଗି ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସକାଶେ ପାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ସକାଶେ ଶନିବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ ପାଇଁ ଆସନ୍ତା ୫ ତାରିଖରୁ ୭ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୮ତାରିଖରେ କେଉଁ ପଦବୀରେ କିଏ ନାମାଙ୍କନ ପତ୍ର ଦାଖଲ କରିଥିବା ସେହି ପ୍ରାର୍ଥୀଙ୍କ ନାମ ପ୍ରକାଶ, ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୧୦ ତାରିଖରେ ବୈଧ ପ୍ରାର୍ଥୀ ତାଲିକା ଘୋଷିତ, ୧୨ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ୧୩ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ୨୯ ତାରିଖରେ ମତଦାନ ଓ ଉକ୍ତ ଦିନ ଫଳାଫଳ ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ବହୁ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ବାଲିଗୁଡ଼ା ଓକିଲ ସଂଘର ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଆଲୋଚିତ ହେଉଛି l ବାଲିଗୁଡ଼ା ଓକିଲ ସଂଘର ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଶୃଙ୍ଖଳିତ, ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ଲାଗି ନିର୍ବାଚନ ଅଧିକାରୀ ଆଇନଯିବି ସେଖ୍ ଆନିସୁଦିନ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଆଇନଜୀବୀ ପରିଷଦ ଦ୍ୱାରା ରାଜ୍ୟରେ ୱାନ୍ ବାର୍ ୱାନ୍ ଭୋଟ ନିୟମ ଲାଗୁ ହୋଇଥିବାରୁ ଗୋଟିଏ ଦିନରେ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୨୯ତାରିଖ ଦିନ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ। ଉକ୍ତ ଦିନ ଅପରାହ୍ନ ୪ଟାରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଛି।



ରିପୋର୍ଟ -ସାମୁଏଲ ପ୍ରଧାନ

Comments
Loading...