ବାଡ଼ାବାଙ୍ଗା ସେବାଶ୍ରମର ବାର୍ଷିକ କ୍ରୀଡ଼ା ମହୋତ୍ସବ ପାଳନ

ବାଲିଗୁଡା (କୋଶଲ ନ୍ୟୁଜ୍):- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ବାଡ଼ାବାଙ୍ଗା ପଞ୍ଚାୟତ ବାଡ଼ାବାଙ୍ଗା ସେବାଶ୍ରମରେ ବାର୍ଷିକ କ୍ରୀଡ଼ା ମହୋତ୍ସବ  ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ମହାନାୟକ ଙ୍କ ଅଧ୍ୟକ୍ଷତାରେ ଏବଂ ବିଦ୍ୟାଳୟ ପରିଚାଳନା ସଭାପତି ଦିଜରାଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ବାଡ଼ାବାଙ୍ଗା ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ l ପ୍ରତିଯୋଗିତାରେ ବାଳକ ବାଳିକା ୧୦୦ ମିଟର ,ବାଳକ ବାଳିକା ୨୦୦ ମିଟର , ସର୍ଟ ଫୁଟ ବାଳକ ବାଳିକା, କବାଡି, ଫୁଟବଲ, କଭଳିବଲ,ଲଙ୍ଗ ଜମ୍ପ, ହାଇଜମ୍ପ,ମ୍ୟୁଜିକ ଚେୟାର ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପ୍ରମାଣ ପତ୍ର ପ୍ରଦାନ କରି ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକଙ୍କ ସହିତ ସହକାରୀ ଶିକ୍ଷକ ଉଦୟନାଥ ରଣ ସିଂ, ରସିମା ପ୍ରଧାନ, ମିକଲିନ ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ରେ ଗ୍ରାମବାସୀ ଓ ଅଭିଭାବକ ମାନେ ସାମିଲ ହୋଇଥିଲେ l

ରିପୋର୍ଟ-ସାମୁଏଲ ପ୍ରଧାନ

Comments
Loading...