କନ୍ଧମାଳରେ ପୁଣି ଏକ ଲଜ୍ୟା ଦଶମ ଶ୍ରେଣୀର ନାବାଳିକା ଝିଅ ହେଲେ ଗର୍ଭବତି

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍) କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ଉପାନ୍ତ ପାଞ୍ଚାୟତ ବେଲଘର ସ୍ଥିତ ରାଙ୍ଗାପାରୁ ଆବାସିକ ସେବଶ୍ରମ ରେ ଏଭଳି ଘଟଣା ଦେଖିବାକୁ ମିଳିଛି  | ସୂଚନା ମୁତାବକ ଜଣେ  ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ ର ଦେହ ଅସୁସ୍ଥ ହେବାରୁ ତାକୁ ପ୍ରଧାନ ଶିକ୍ଷକ ପରିବାରକୁ ଜଣାଇଥିଲେ l ଏହାପରେ ପରିବାର ଲୋକେ ଆବାସିକ ସେବଶ୍ରମ ରେ ପହଞ୍ଚି ଝିଅକୁ ସଦରମହକୁମା ବାଲିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରୀକ୍ଷା କରାଇଥିଲେ ତେବେ ପରୀକ୍ଷା କରିବା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ସ୍ପଷ୍ଟ ପ୍ରମାଣ ମିଳିଛି  |  ଏହି ଘଟଣା କୁ ନେଇ ଉକ୍ତ ବିଦ୍ୟାଳୟ ର କର୍ତ୍ତୃପକ୍ଷ ତୁମୁଡିବନ୍ଧ ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି | ଏହି ଘଟଣା କୁ ନେଇ ତୁମୁଡିବନ୍ଧ ପୋଲିସ ଅଧିକା ତଦନ୍ତ କରୁଥିବା ନଜର ରହିଛିପୁଣି ଏକ ଆବାସିକ ବିଦ୍ୟାଳୟରେ ଲାଗିଲା କଳଙ୍କ l ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ଦେଓପାଟା ଗ୍ରାମର ଝିଅ ଦଶମ ଶ୍ରେଣୀରେ ବେଲଘର ସ୍ଥିତ ରାଙ୍ଗାପାରୁ ଆବାସିକ ସେବାଶ୍ରମରେ ପାଠ ପଢୁଥିଲା l କିନ୍ତୁ ଗ୍ରୀଷ୍ମ ଛୁଟିରେ ଗାଁ କୁ ଯାଇଥିବା ବେଳେ ଝିଅଟି ପ୍ରେମ ସମ୍ପର୍କରେ ଆସି କୌଣସି ଏକ ପ୍ରେମିକ ଦ୍ୱାରା ଗର୍ଭବତୀ ଥିବା ଝିଅ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛନ୍ତି l ଅପରପକ୍ଷେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ଏତଲା ପ୍ରକାରେ ଝିଅ କୁ counceling କରାଯାଇଥିଲା କିନ୍ତୁ ସେ ସତ୍ୟ ଲୁଚାଇଥିଲା l ଗ୍ରୀଷ୍ମ ଛୁଟିରୁ ଆସିବା ପରେ ଶେଷରେ ମାସିକ ସମୟରେ ସାନିଟାରୀ ପେଡ଼ ନନେବାରୁ ଘଟଣା ବିଦ୍ୟାଳୟ କର୍ତୃପକ୍ଷଙ୍କ ସନ୍ଦେହ ଘେର କୁ ଆସିଥିଲା l ତେଣୁ ଡାକ୍ତରୀ ମଇନା ପରେ ଅଧିକାରୀଙ୍କ ପରାମର୍ଶ କ୍ରମେ ଥାନାରେ ଏତଲା ଦିଆଯାଇଛି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି l ଏତଲା ଆଧାରରେ ପୋଲିସ ତଦନ୍ତ ଜାରୀ ରହିଛି ବୋଲି ତୁମୁଡିବନ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ରିପୋର୍ଟ ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...