ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଶିକ୍ଷା ବ୍ଲକ ଅନ୍ତର୍ଗତ ଆଦିମ ଜନଜାତି କୁଟିଆକନ୍ଧ ବହୁଳ ଗୁମା ଗ୍ରାମ ପଞ୍ଚାୟତ ସ୍ଥିତ ଏକମାତ୍ର ଉଚ୍ଚ ଶିକ୍ଷାର ଉତ୍ସ ଓଡିଶା ସରକାର ଅନୁସୂଚିତ ଜନଜାତି ଓ ଜାତି ଅଧିନସ୍ଥ ଆବାସିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବହୁ ଆଡମ୍ବରପୂର୍ଣ୍ଣ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଜନିତ ଏକାଧିକ ପ୍ରତିଯୋଗିତା ମାନ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା l ଛାତ୍ରଛାତ୍ରୀ ନୃତ୍ୟ ସଂଗୀତ ରେ ଅତିଥି ଏବଂ ଅଭିଭାବକ ମାନଙ୍କ ମନରଞ୍ଜନ କରିଥିଲେ l ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ ଦିଲୀପ କୁମାର ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ପବିତ୍ର ଗଡ଼ତିଆ ମୁଖ୍ୟ ବକ୍ତା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ ଏବଂ ସନମାନିତ ଅତିଥି ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ରାଧାରାଣୀ ଦଳେଇ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜଳେଶପଟା ପ୍ରଧାନଶିକ୍ଷୟତ୍ରୀ ମମତା ସାମଲ, କୋଟଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ଜଗତ, ସରକାରୀ ଉଚ୍ଚ ବିଦ୍ୟାଳୟ କୁର୍ତତମଗଡ଼ ରାଜବନ୍ଧୁ ନାୟକ, ବଂଶୀଧର ନାୟକ, ଦିଲୀପ ଆମରସେଠ, କୁମର ପାରାସେଠ, ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଧେରୀ ଗାଁ ସାକାର ମାଲିକ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁମା ସଭାପତି ଅର୍ଜୁନ ବାଲିଆର୍ସିଙ୍ଗ, ନାଏବ ସରପଞ୍ଚ ଗୁମା ଶଙ୍କର ବଡସେଠ l ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥିବୃନ୍ଦ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଉତ୍ସାହ ପୂର୍ବକ ଦିଗଦର୍ଶନ ପ୍ରଦାନ କରିଥିଲେ l, ମଞ୍ଚ ପରିଚାଳନା ଦୀପକ କୁମାର ଅମାତ ଏବଂ ଅମନ କୁମାର ପାରିଚ୍ଛା ଏବଂ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l
ରିପୋର୍ଟ-:ପ୍ରବୀଣ କୁମାର ପଟ୍ଟନାୟକ