କନ୍ଧମାଳ ଜିଲ୍ଲାରେ ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି କୋଟଗାଡ଼ ବ୍ଲକ ରେ ନିଜର ସ୍ଥିତି ଜାହିର କଲେ ବାଘୁନା ଡିଭିଜିନାଲ କମିଟି ମାଓବାଦୀ

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳର ରାସ୍ତା କଡ଼ରେ ରେଥିବା ଏକ ଗଛ ରେ କିଛି ହାତଲେଖା ପୋଷ୍ଟର ସହ ମାଓ ବେନର ଲଗାଇ ପୁଣିଥରେ ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଥିବା ଦେଖିବାକୁ ମିଳିଛି l ଏହି ହାତଲେଖା ପୋଷ୍ଟର ରେ ମାଓସଂଗଠନ ର ଜଣେ କର୍ମୀ ଅଜୟ କୁ ଚଳିତ ମାସ ୧ତାରିଖ ଦିନ ଅପରାହ୍ନ ୩ଟା ସମୟରେ ଦାରିଙ୍ଗବାଡି ବ୍ଲକ ମାରୁଦିପଙ୍ଗା ଗ୍ରାମରୁ ଧରିଥିବା ଉଲେଖ ରହିଛି l ଗିରଫ କରିବାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ କହିକି କୋର୍ଟ ରେ ହାଜର ନକରିଥିବା ଉଲେଖ ରହିଛି l ତେବେ ଆଗାମୀ ୨୪ଘଣ୍ଟା ମଧ୍ୟରେ କୋର୍ଟ ରେ ହାଜର କରାଯାଉ ବୋଲି ଦାବି କରିଛନ୍ତି l ଦୀର୍ଘ ଦିନର ବ୍ୟବଧାନ ପରେ ପୋଷ୍ଟର ଲାଗିବା ଦେଖି ଅଞ୍ଚଳ ବାସୀଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଥିଲା l

ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ

Comments
Loading...