ତୁମୁଡିବନ୍ଧ ରୁ ପ୍ରୟାଗରାଜ ଯିବା ବାଟରେ ଦୁର୍ଘଟଣା ଜଣେ ମୃତ୍ୟୁ ୨ ଆହତ

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-ବର୍ତମାନ ଚାଲିଛି ପ୍ରୟାଗରାଜ ଯିବା ସମୟ l ବିଭିନ୍ନ ସ୍ଥାନରୁ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଙ୍କ ସୁଅଛୁଟୁଛି ପ୍ରୟାଗରାଜ ଯାଇ ଗଙ୍ଗା ରେ ବୁଡ଼ ପକେଇବାପାଇଁ l ତେବେ ଭୁବନେଶ୍ୱର ରୁ ବାସୁଦେବ ନାମକ ଏକ ଘରୋଇ ବସ ଭଡା ମାଧ୍ୟମରେ ବାହାରିଥିଲା କିଛି ତୀର୍ଥ ଯାତ୍ରୀ କୁର୍ତମଗଡ଼ ଏବଂ ତୁମୁଡିବନ୍ଧ ପର୍ଯ୍ୟନ୍ତ ୧୬ ଜଣ ତୀର୍ଥ ଯାତ୍ରୀଙ୍କୁ ଉଠାଇ ତୁମୁଡିବନ୍ଧ ଠାରୁ ଫେରି ଚାଲିଥିଲେ ପ୍ରୟାଗରାଜ ଅଭିମୁଖେ l କିଏ ଜାଣେ କେତେବେଳେ ମୃତ୍ୟୁ ଛପିକି ବସିଥାଏ ବୋଲି l ଗାଡି ଓଡିଶା ଅତିକ୍ରମ କରି ପହଞ୍ଚିଥିଲା ଉତ୍ତର ପ୍ରଦେଶ ରେ ଯାତ୍ରୀଙ୍କ ପାଇଁ ଖାଇବା ବ୍ୟବସ୍ତା ଚାଲିଥିବା ବେଳେ ସମସ୍ତ ଯାତ୍ରୀ ଗାଡ଼ିରୁ ଉଲ୍ହାଇ ରୋଷେଇ ପାଖରେ ରହିଥିବା ସମୟରେ କିଛି ଯାତ୍ରୀ ଗାଡି ରେ ବିଶ୍ରାମ ନେଉଥିଲେ l ସେହି ସମୟରେ ବିପରୀତ ଦିଗ ରୁ ଏକ ବସ ଆସି ରାସ୍ତା ପାର୍ଶ୍ଵ ରେ ଠିଆ ହୋଇଥିବା ବାସକୁ ଦେଇଥିଲା ଧକା l ଫଳରେ ବସରେ ବିଶ୍ରାମ ନେଉଥିବା କୁମାରୀ ଲତା ରଥ, ମାମି ପଣ୍ଡା ଏବଂ ରାମଞ୍ଚଳ ପାଣିଗ୍ରାହୀ ଙ୍କ ମଧ୍ୟରୁ ଘଟଣା ସ୍ଥଳରେ ହିଁ କୁମାରୀ ଲତା ରଥ ମୃତ୍ୟୁ ହୋଇଥିବା ବେଳେ ମାମି ଏବଂ ରାମଞ୍ଚଳ ସାମନ୍ୟ ଆହତ ହୋଇଛନ୍ତି l ସମସ୍ତଙ୍କୁ ସେଠାକାର ଡାକ୍ତର ଖାନାରେ ଭର୍ତି କରାଯାଇଥିବା ବେଳେ କୁମାରୀ ଲତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ପୁଲିସ ସବକୁ ଜବତ କରି l ସମୟ ବିଳମ୍ବ ହେବାରୁ ସଵ ବ୍ୟବଛେଦ ନହେବାରୁ ଗୋଟିଏ ବିଳମ୍ବ ହୋଇଥିଲା l ରାଜ୍ୟ ସରକାର ଓ କନ୍ଧମାଳ ଜିଲ୍ଲାପାଳ ଏବଂ ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ତୁମୁଡିବନ୍ଧ ତହସିଲଦାର ଶିବାଶିଷ ପାଲଟା, ତୁମୁଡିବନ୍ଧ ସରପଞ୍ଚ ଙ୍କ ନେତୃତ୍ୱ ରେ ଶବ ବ୍ୟବଛେଦ ପରେ ନିଜ ଘର ତୁମୁଡିବନ୍ଧ କୁ ଆଣାଯିବାରେ ସଫଳ ହୋଇଥିଲା l ତେବେ ତୁମୁଡିବନ୍ଧ ନିଜ ବାସଗୃହରେ ଶବ ପହଞ୍ଚିବା ପରେ ତୁମୁଡିବନ୍ଧ ଯୁବମୋର୍ଚା ସଭାପତି ଶଙ୍କର ବଡ଼ନାୟକ, ସୋନୁ ପଣ୍ଡା, ମନ୍ତର ପୂଜାରୀ, କାଳିଆ ପଣ୍ଡା ଭଳି କିଛି ଯୁବ ନେତା ଶବ ଘରୁ ବାହାର କରିବା ଠାରୁ ଆରମ୍ଭ କରି ଶବ ସଂସାନ ରେ ପହଞ୍ଚାଇ ଶବ ସତ୍କାର କରି ଫେରିଥିଲେ l

ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...