ତୁମୁଡି଼ବନ୍ଧ ବନବିଭାଗ ଦ୍ୱାରା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ତୁମୁଡି଼ବନ୍ଧ(କୋଶଲ ନ୍ୟୁଜ) ବ୍ରହ୍ମପୁର ବନ ମଣ୍ଡଳ ଅଧିନସ୍ଥ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡି଼ବନ୍ଧ ଏବଂ ବେଲଘର ବନାଞ୍ଚଳ କର୍ମଚାରୀ ମାନଙ୍କ ପାଇଁ ମୂଲ୍ୟବାନ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଉନ୍ନତ କୌଶଳ ଓ ପ୍ରଣାଳୀ ପ୍ରୟୋଗ ଜନିତ ଏକ ପ୍ରଶିକ୍ଷଣ ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଉଭୟ ବନାଞ୍ଚଳର କର୍ମଚାରୀଙ୍କୁ ଜଙ୍ଗଲରେ ଲାଗିଥିବା ନିଆଁକୁ କିଭଳି ସହଜରେ ଲିଭା ଯାଇପାରିବ ଏବଂ ଅନ୍ୟତ୍ର ବ୍ୟାପିବା କୁ ନିୟନ୍ତ୍ରଣ କରାଯାଇପାରିବ ସେହି ସଂକ୍ରାନ୍ତରେ ଉତ୍କୃଷ୍ଟ କୌଶଳ ଓ ପ୍ରଣାଳୀ ପ୍ରଶିକ୍ଷଣ ଦେଇଥିଲେ l ଏହି ପ୍ରଶିକ୍ଷଣ ଶିବିରରେ ତୁମୁଡି଼ବନ୍ଧ ବନାଞ୍ଚଳ ଅଧିକାରୀ କାଳିଚରଣ ବେହେରା, ବେଲଘର ବନାଞ୍ଚଳ ଅଧିକାରୀ ସୁବାଷ ଦିଗାଳ, ଉଭୟ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀ, ୱାଚର, ୨୫ ଟି ବନ ସୁରକ୍ଷା ସମିତି ର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଆଗାମୀ ବର୍ଷରେ ସ୍ଥାନୀୟ ଜଙ୍ଗଲରେ ନିଆଁ ନ ଲଗାଇବାକୁ ଜନସାଧାରଣଙ୍କୁ ସଚେତନ କରିବା ପୂର୍ବକ ନିଆଁ ଦାଉରୁ ମୂଲ୍ୟବାନ ଜଙ୍ଗଲକୁ ରକ୍ଷା କରିବା ପାଇଁ ଏହି ଶିବିରରେ ସମସ୍ତେ ସଂକଳ୍ପ ନେଇଥିଲେ l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...