ଜ଼ିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ

ଦେବଗଡ଼(କୋଶଲ ନ୍ୟୁଜ୍):- ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଆଜି ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟରେ ଜ଼ିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ଶିଶୁ ବଟିକାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଅଛି। ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଶୁଭ ଉଦଘାଟନୀ ଉତ୍ସବରେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ବରେଣ୍ୟ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜ଼ିଲ୍ଲାପାଳ ପରୀକ୍ଷିତ ସାହୁ, ସାଂସଦ ପ୍ରତିନିଧି ଅରୁଣ କୁମାର ସାହୁ, ପୌରପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ବିଧାୟକ ପ୍ରତିନିଧି ଚନ୍ଦ୍ରଶେଖର ଭୁକ୍ତା ପ୍ରମୁଖ ଯୋଗ ଦେଇ ବିଘ୍ନ ବିନାଶକ ଶ୍ରୀଗଣେଶ ଙ୍କ ନିକଟରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷାର ଉଦ୍ଦେଶ୍ୟ କୁ ପୂରଣ କରିବା ନିମନ୍ତେ ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୫ ବର୍ଷରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଶିଶୁବଟିକା ରେ ନାମ ଲେଖାଇ ଏକ ଉତ୍ତମ, ସଂଗଠିତ ଏବଂ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ପାଇପାରିବେ ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ।ସଭା ପ୍ରାରମ୍ଭରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋକପାତ କରାଇଥିଲେ।ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।ପୌରାଞ୍ଚଳର ୧୧ ଟି ବିଦ୍ୟାଳୟ ରୁ ଆସିଥିବା ମୋଟ ୫୮ ଜଣ ନୂତନ ଛାତ୍ର ଛାତ୍ରୀମଧ୍ୟରୁ ୧୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା କିଟ ବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ, ଶକୁନ୍ତଳା ଟେଟେ, ଯୋଜନା ସଂଯୋଜକ ତପନ କୁମାର ସାହୁ, ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ କିଟ ବଣ୍ଟନ କରିଥିଲେ।ନୂତନ ଭାବେ ଆସିଥିବା ଶିଶୁ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସମଗ୍ର ଶିକ୍ଷା ପକ୍ଷରୁ ଜ଼ିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ସଚେତନ କରାଇବା ନିମନ୍ତେ ତିନୋଟି ସଚେତନତା ରଥକୁ ଅତିଥି ମାନେ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀ ସୌଭାଗ୍ୟ କୁମାର ପ୍ରଧାନ, ଯୋଜନା ସଂଯୋଜକ ତପନ କୁମାର ସାହୁ,ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ,ପ୍ରୋଗ୍ରାମର ଶ୍ରୀନିବାସ ପଣ୍ଡା, ଆକାଉଣ୍ଟଣ୍ଟ ସଂଜୀବ କୁମାର ମିଶ୍ର,ଦୀପିକା ମିଶ୍ର ଝରଣା ସାହୁ , ଶଶାଙ୍କ ଶେଖର ଚୌଧୁରୀ,ସି. ଆର. ସି. ସି. ଚୂଡ଼ାମଣି ସାହୁ, ଭେନସ କୁମାର ପ୍ରଧାନ, ଉଦୟନାଥ ପ୍ରଧାନ,କୁମୁଦ ବନ୍ଧୁ ପ୍ରଧାନ,ଶିକ୍ଷକ ଭବାନୀକାନ୍ତ ପ୍ରଧାନ, ସୌମିତ୍ରୀ ମହାପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Comments
Loading...