ଜ଼ିଲ୍ଲା ସ୍ତରୀୟ କଳା ଉତ୍ସବ


ଦେବଗଡ଼(କୋଶଲ ନ୍ୟୁଜ୍):- ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ ମୁଖ୍ୟ ଅତିଥି ଓ ରିଆମାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବନିତା ବେହେରା, ତିଳେଇବଣି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭବାନୀକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ତିନୋଟି ବ୍ଲକରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଚୟନ ହୋଇ ଆସିଥିବା ୬୦ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ର, ଚିତ୍ରକଳା, ଏକକ ସଂଗୀତ, ଦଳଗତ ସଂଗୀତ, ଏକକ ନୃତ୍ୟ, ଦଳଗତ ନୃତ୍ୟ, ବାଦ୍ୟ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବିଚାରକ ଭାବେ ଦେବଗଡ଼ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଚିତ୍ରକର ଜନ୍ମାଜୟ ନାୟକ ଓ ସାମ୍ୱାଦିକ ଶିବାଶିଷ ଝାଙ୍କର ଦାୟିତ୍ୱ ବହନ କରିଥିଲେ। ଉଦଯାପନୀ ଉତ୍ସବ ରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ଙ୍କ ସଭାପତିତ୍ୱ ରେ ଦେବଗଡ଼ ପୌର ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ମୁଖ୍ୟ ଅତିଥି ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର,ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଘୁଟା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରୋଗାମର ଶ୍ରୀନିବାସ ପଣ୍ଡା, ଆକାଉଣ୍ଟେଣ୍ଟ ସଞ୍ଜୀବ କୁମାର ମିଶ୍ର, ଝରଣା ବେହେରା, ଦୀପିକା ମିଶ୍ର,ଶଶାଙ୍କ ଚୌଧୁରୀ, ସି. ଆର. ସି. ସି. ଚୂଡ଼ାମଣି ସାହୁ,ଭେନସ କୁମାର ପ୍ରଧାନ,ଅଶୋକ କୁମାର ସାହୁ, ଦାଶରଥି ପ୍ରଧାନ, ପ୍ରଭାତ କୁମାର ପ୍ରଧାନ, ପ୍ରଦୀପ କୁମାର ଅଟି ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...