କୋଷାଗୁମୁଡ଼ା ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର (କୋଶଲ ନ୍ୟୁଜ୍):- କୋଷାଗୁମୁଡ଼ା ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚିଁ ନାରାୟଣ ଦରୱାନ , ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବିଡିଓ ଏବଂ ତହସିଲଦାର , କୋଷାଗୁମୁଡ଼ାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ପ୍ରଥମେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ୨୦୨୫ ଉପଲକ୍ଷେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଉପସ୍ଥିତ ଅଧିକାରୀ ସାଧୁତା ର ଶପଥ ପାଠ କରିଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୪୯ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୨ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।୦୨ଟି ସମସ୍ୟା ର ସମାଧାନ ତତକ୍ଷଣାତ କରାଯାଇଥିଲା ।ସେଭଳି ସାମାଜିକ ସୁରକ୍ଷା ବିଭାଗ ତରଫରୁ ଦିବ୍ୟାଙ୍ଗ ମାନଙ୍କୁ ୪ ଟି ହୁଇଲ୍ ଚେୟାର,୩ ଟି ଟ୍ରାଇ ସାଇକଲ,୧ଟି କହୁଣି ବୈଶାଖୀ ପ୍ରଦାନ କରାଯାଇଥିଲା।

ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)

Comments
Loading...