ଅମିତ କଲେଜ ଛାତ୍ର ଯଜ୍ଞଜ୍ୟୋତି ସାମ୍ବାଦିକତାରେ ପାଇଲେ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର :0୩.0୪.୨0୨୧ ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଅମିତ କଲେଜର ସାମ୍ବାଦିକତା ବିଭାଗର ଛାତ୍ର ଯଜ୍ଞଜ୍ୟୋତି ବେହେରା ୨0୧୮-୨0୨0 ଶେଷ ବର୍ଷର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି | ତାଙ୍କର ଏହି ସଫଳତା ପାଇଁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡ଼ୁ ଉତ୍ସବର ଉଦଘାଟନ କରିବା ପରେ ରାଜ୍ୟ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଠାରୁ ସମାବର୍ତ୍ତନ ମଞ୍ଚରେ ସ୍ବର୍ଣ୍ଣ ପଦକ, ମାନପତ୍ର ଗ୍ରହଣ କରିଛନ୍ତି | ଶ୍ରୀ ଯଜ୍ଞଜ୍ୟୋତି ବେହେରା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଶ୍ରୀ ନିକୁଞ୍ଜ କୁମାର ବେହେରାଙ୍କର ଏକ ମାତ୍ର ପୁତ୍ର ଅଟନ୍ତି | ଶ୍ରୀ ବେହେରାଙ୍କ ପୂର୍ବରୁ ଭୁବନେଶ୍ୱର ସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗରୁ ଗତ ୧୫ ବର୍ଷ ମଧ୍ୟରେ ଆହୁରି ୫ ଜଣ ବିଶ୍ୱ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି କଲେଜ ପାଇଁ ସୁନାମ ଆଣିଛନ୍ତି |

ଯଜ୍ଞଜ୍ୟୋତିଙ୍କର ଏହି ସଫଳତା ପାଇଁ ଅମିତ କଲେଜର ଅଧ୍ୟକ୍ଷ ଶ୍ରୀ ଅଧୀପ ନାରାୟଣ ମହାନ୍ତି, ନିର୍ଦ୍ଦେଶକ ଶ୍ରୀ ତ୍ରିଦେବ ନାରାୟଣ ମହାନ୍ତି, ପ୍ରିନ୍ସିପାଲ ଡଃ ଦୁର୍ଗା ଶଙ୍କର ସେନାପତି, ଭାଇସ ପ୍ରିନ୍ସିପାଲ ବିଜୟ କୁମାର ମଙ୍ଗରାଜ, କଲେଜ ପ୍ରାଶାସନିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ପରୀକ୍ଷା ସଂଯୋଜକ ମନ୍ମଥ ମହାନ୍ତି, ବିଭାଗ ମୁଖ୍ୟ ଡ଼ଃ ଶରତ କୁମାର ନାୟକ, ବିଭାଗ ସଂଯୋଜକ ଶ୍ରୀ ଟିକାୟତ ନାୟକ, ବିଭାଗୀୟ ଅଧ୍ୟାପକ ଡାଃ ଭି ଆର୍ ରାଜୁ, ସୁଧାଂଶୁ ଶେଖର ଧଡ଼ା, ଡାଃ ପ୍ରଭାସ ଆଚାର୍ଯ୍ୟ, ଶ୍ରୀ ଦିଲ୍ଲୀପ ବିଶୋଇ, ଶ୍ରୀ ରଥିନ୍ଦ୍ର ମିଶ୍ର ,ଶ୍ରୀ ସୁବ୍ରତ କୁମାର ପତି, ଶ୍ରୀ ବନବିହାରୀ ସାର୍, ଶ୍ରୀ ଚିନ୍ତନ ବ୍ରହ୍ମ, ଶିବାଶିଷ ନାୟକ, ଶ୍ରୀ ଶୁଭକାନ୍ତ ପଢ଼ିହାରୀ, ବିଭାଗର ସହ ସଂଯୋଜିକା ଶ୍ରୀମତୀ ମଧୁସ୍ମିତା ବିଧାର, ନ୍ୟାୟବତୀ ଦୈନିକ ଖବରକାଗଜ ର ନିର୍ଦ୍ଦେଶକ ତଥା ଅଧ୍ୟାପକ ଶ୍ରୀ ଭୂଦୀପ ନାରାୟଣ ମହାନ୍ତି, ନ୍ୟାୟବତୀ ସମ୍ପାଦକ ଶ୍ରୀ ଗୋପିନାଥ ପରିଡା, ବିଭାଗ ତଥା କଲେଜ ର ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ ଏବଂ ଅମିତ କଲେଜ ର ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉନ୍ନତ ଭବିଷ୍ୟତ କାମନା କରି ସୁଭାଷିସ ଦେଇଛନ୍ତି |

Comments
Loading...