ବାପୁଜୀ ପବ୍ଲିକ ସ୍କୁଲ ରେ ବାର୍ଷିକ ଉତ୍ସବ ପାଳିତ

ନବରଙ୍ଗପୁର (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଡଙ୍ଗରିଗୁଡ଼ା ରେ ଥିବା ବାପୁଜୀ ପବ୍ଲିକ ସ୍କୁଲ ରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ବାପୁଜୀ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ପରେଶ ଜୈନ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଡାବୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ ,ସମ୍ମାନୀତ ଅତିଥି ଉପାଧ୍ଯକ୍ଷ ସଦାନନ୍ଦ ନାୟକ,ଡାବୁଗାଁ ବିଜେଡି ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ବ୍ଳକ କଂଗ୍ରେସ ସଭାପତି ଜି ସାଇ ରାଜୁ ମଞ୍ଚରେ ଉପସ୍ଥିତ ରହି ଉପାଦେୟ ବିଷୟ ବସ୍ତୁ ଉପରେ ଆଲୋଚନା ରଖି ଛାତ୍ରଛାତ୍ରୀ ମାନଙ୍କୁ ମନ ଦେଇ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ର ସମସ୍ୟା ଉପରେ ବ୍ଳକ କଂଗ୍ରେସ ସଭାପତି ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଧାୟକ ପ୍ରତିନିଧି ଙ୍କୁ ଅବଗତ କରାଇଥିଲେ l ଦୁହେଁ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗୀତା ରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ପରେ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉକ୍ତ ମଞ୍ଚ କୁ ଦୁଲୁକାଇ ଅଭିଭାବକ, ଅଭିଭାବିକା, ଅତିଥି,ମୁଖ୍ୟ ଅତିଥି ମାନଙ୍କୁ ଆନନ୍ଦିତ କରାଇଥିଲେ । ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ମଞ୍ଚ ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରି ବେଶ ସୁନ୍ଦର ଭାବେ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଭିଭାବ ଅଭିଭାବିକା ମାନେ ନିଜ ନିଜର ପିଲା ମାନଙ୍କୁ ନିଜ ଘରକୁ ନେଇଥିଲେ । ଡାବୁଗାଁ ବାପୁଜୀ ପବ୍ଲିକ୍ ସ୍କୁଲ ର ଅଧ୍ୟକ୍ଷା ସାବନା ଆଜମୀ ବାନୁ ବେଶ୍ ସୁନ୍ଦର ଭାବେ ପରିଚାଳନା କରିଥିଲେ।

ରିପୋର୍ଟ : ମିହିର ଶଙ୍କର ପାତ୍ର  (ନବରଙ୍ଗପୁର)

Comments
Loading...