ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ମହିଳା ଜନ କଲ୍ୟାଣ ସଂଗଠନ ଆନୁକୂଲ୍ୟରେ ବାରକୋଟ ବ୍ଲକ ଅନ୍ତର୍ଗତ ବାରକୋଟ ଦମକଳ ନିକଟସ୍ଥ ଖେଳ ପଡିଆ ଠାରେ ବିଶ୍ଵ ମହିଳା ଦିବସ ମହା ସମାରୋହ ରେ ପାଳିତ ହୋଇଛି । ଏହି ଉପଲକ୍ଷେ ସଂଗଠନର ଜିଲ୍ଲା ପ୍ରତିନିଧି ଗୀତାଞ୍ଜଳୀ ମହାନ୍ତି, ଉର୍ମି ଲିଡର ପୁଷ୍ପାଞ୍ଜଳୀ ବେହେରାଙ୍କ ସଂଯୋଜନା ରେ ହୋଇଥିବା ଏକ ସଭାରେ ମୁଖ୍ୟ ଅତିଥି ଭାବେ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର ଯୋଗଦେଇଥିଲେ । ଏବଂ ସମାଜ ସେବୀ ତଥା ବାରକୋଟ ବ୍ଲକର ପ୍ରେସକ୍ଲବର ସଭାପତି ଗଣନାଥ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ମହିଳା ଜନ କଲ୍ୟାଣ ସଂଗଠନର ବ୍ଲକ ପ୍ରତିନିଧି ଗୋଲାପ ସାହୁ, ସଭାପତି ଲିଳିମା କାରିଗର, ସମ୍ପାଦକ ରିତାବିନ୍ଦୁ ତାପୋ ଏହି ଦିବସ ପାଳନର ତାତ୍ପର୍ଯ୍ୟ
ସମ୍ପର୍କରେ ମହିଳା ମାନଙ୍କୁ ଅବଗତ କରାଇଥିଲେ ।

ବ୍ଲକ ଅଧ୍ୟକ୍ଷା ମହିଳା ମାନେ କିପରି ନିଜ ଅଧିକାର ବିଷୟରେ ଜାଣିବେ ଏବଂ ପ୍ରଥମେ ନିଜେ ଏବଂ ନିଜ ପରିବାର, ସହିତ ଗାଁର ସାମଗ୍ରୀକ କିପରି ବିକାଶ ହୋଇ ପାରିବ ସେଥିପାଇଁ, ପ୍ରତ୍ୟେକ ମହିଳା ମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିବାର ଆଲୋଚନା କରିଥିଲେ।ଏକ ସୁସ୍ଥ ସମାଜ ଜିଲ୍ଲା,ବ୍ଲକ,ପଞ୍ଚାୟତ ଏବଂ ଗାଁ ର ବିକାଶ ପ୍ରକ୍ରିୟା ରେ ସାମିଲ ହେବେ ତାହା ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ । ଜଳ ବାୟୁ ପରିବର୍ତନ,ବାଲ୍ୟ ବିବାହକୁ ନକରିବା, ଅନ୍ଧ ବିଶ୍ୱାସ, କୁ ସଂସ୍କାର ଠୁ ଦୁରେଇ ରହିବା , ନିଜର ପରମ୍ପରା କୁ ନିଆରା ଢଙ୍ଗରେ ପାଳନ କରିବା ପିଲା ଛୁଆ ଙ୍କୁ ଶିକ୍ଷିତ କରିବା, ପଲ୍ଲୀ ସଭା ଗ୍ରାମସଭା ରେ ପୂର୍ଣ୍ଣ ସହଯୋଗ କରି ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତି କରିବାରେ ସହାୟକ ହେବା ଏ ନେଇ ସଂଗଠନ ପକ୍ଷରୁ ସଚେତନତା ବାର୍ତ୍ତା ମହିଳା ମାନଙ୍କୁ ଦିଆଯାଇଥିଲା।ଏବଂ ମହିଳା ମାନଙ୍କୁ ନେଇ ବିଭିନ୍ନ ଖେଳର ପ୍ରତିଯୋଗିତା କରାଯାଇଥିଲା। ଏହି ଖେଳ ଗୁଡିକ କେବଳ ଦକ୍ଷତାର ପରୀକ୍ଷା ନୁହେଁ ବରଂ ସ୍ଥିରତା, ଶକ୍ତି ଏବଂ ସଂସ୍କୃତିକ ଗର୍ବର ପ୍ରତିଫଳନ ଅଟେ ।ମହିଳା ଜନ କଲ୍ୟାଣ ସଂଗଠନର ସମସ୍ତ କର୍ମୀ ଆରତୀ ପାତ୍ର, ବାସନ୍ତୀ ପାତ୍ର, ନିରୁପମା ପାତ୍ର, ଟୁନି ବେହେରା , ମଲି ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିବା ସହ, ବାରକୋଟ ବ୍ଲକର ବିଭିନ୍ନ ପଂଚାୟତରୁ 60ଜଣରୁ ଉର୍ଦ୍ଧ ମହିଳା ମାନେ ଯୋଗଦେଇଥିଲେ।