ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ସ୍ଥାନୀୟ ଟାଉନ ହଲ ଠାରେ ଜନ ସେବା ଦିବସରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପାଳିତ ହୋଇଯାଇଅଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ଲୋକସଭା ସାଂସଦଙ୍କ ପ୍ରତିନିଧି ଅରୁଣ କୁମାର ସାହୁ, ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଇ, ଉପାଧ୍ୟକ୍ଷ ପୌରପରିଷଦ ପ୍ରଜିତ କୁମାର ଭୋଜ, ଅଧ୍ୟକ୍ଷ ପଞ୍ଚାୟତ ସମିତି ବାରକୋଟ ପୁଷ୍ପାଞ୍ଜଳୀ ପାତ୍ର, ଅଧ୍ୟକ୍ଷ ପଞ୍ଚାୟତ ସମିତି ରିଆମାଳ ମଧୁସୂଦନ ପ୍ରଧାନ, ଅଧ୍ୟକ୍ଷ ପଞ୍ଚାୟତ ସମିତି ତିଲେଇବଣୀ ବୃନ୍ଦାବତୀ ଭୋଇ, ବରଣ୍ୟ ଅତିଥି ଭାବେ ଯୋଗଦେଇ ଜନସେବା ଦିବସ ଉପଲକ୍ଷେ NSAP ଓ MBPY ଜିଲ୍ଲାରୁ ୩୦୧୭ ହିତାଧୀକାରୀ ମାନେ ଉପକୃତ ହେବେ ବଲି ଅତିଥି ମତବ୍ୟକ୍ତ କରିଥିଲେ। ୮୦ ବର୍ଷ ରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ନିମନ୍ତେ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ଅତିଥି ମାନଙ୍କ ଦ୍ଵାରା ଅର୍ଥ ରାଶି ବିତରଣ କରାଯାଇଥିଲା । ବୈଠକ ରେ ତିନି ବ୍ଲକ୍ ର ସାମାଜିକ ସୁରକ୍ଷା ଅଧିକାରୀ ଓ ଆସିଥିବା ୮୦ ବର୍ଷ ରୁ ଉର୍ଦ୍ଧ ଓ ୮୦ ଶତକଡାର ଭିନ୍ନକ୍ଷମ ହିତାଧିକାରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଓ ଧନ୍ୟବାଦ ଦେଇଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ।