ତାଳଚେର (କୋଶଲ ନ୍ୟୁଜ୍):- ତାଳଚେର ଉପରବିଶ (ପାଣ )ଦଳିତ ସମାଜ କଣିହାଁ ବ୍ଲକର ବାର୍ଷିକ ବୈଠକ ଗଣ୍ଡମାଳା ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ସମାଜର ସଭାପତି ଶ୍ରୀଯୁକ୍ତ ଯଦୁମଣି ନାଏକଙ୍କର ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ସଭାରେ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ମହେଶ୍ୱର ନାଏକ ସଭା ପରିଚାଳନା କରିଥିଲେ । ଜାତି ସମାଜର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପାଣ୍ଡଵ ନାଏକ ଅଧିବେଶନର ସ୍ବାଗତଂ ଭାଷଣ ଓ ସଭାର ଆଭିମୁଖ୍ୟ ରଖି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଉକ୍ତ ବୈଠକରେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସମାଜର ଉତଥାନ ବିଷୟରେ ଆଲୋଚନା କରିଥିଲେ । ଆଜିର ଏ ବୈଠକରେ ବହୁଜନ ସମାଜ ପାର୍ଟିର ପାଲଲହଡା ବିଧାନସଭା ସଭାପତି ଖଗେଶ୍ୱର ନାଏକ ଯୋଗ ଦେଇ ସମସ୍ତ ଦଳିତ ଭାଇମାନେ ସଂଗଠିତ ହୋଇ ନିଜର ଶିକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ଅଧିକାର ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ସମସ୍ତଙ୍କର ସହଯୋଗରେ ଦଳିତ ସମାଜର ଉତଥାନ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଣିହାଁ ବ୍ଲକର ଶୁଶୁବା, ଗଣ୍ଡମାଳା, ଅରିକିଳ, ପରାଛାଟ, ରେଙ୍ଗାଳି ଆଦି ଗ୍ରାମ ପଞ୍ଚାୟତରୁ ଶତାଧିକ ସଦସ୍ୟ ଯୋଗ ଦେଇ ବୈଠକକୁ ସଫଳ କରିଥିଲେ । ସମାଜ ସଂଗଠନର ସଭାପତି ଭାବେ ଯଦୁମଣି ନାଏକ, ସମ୍ପାଦକ ପାଣ୍ଡଵ ନାଏକ, ଉପସଭାପତି ଭାବେ ବିଏସପି ନେତା ଖଗେଶ୍ୱର ନାଏକଙ୍କୁ ମନୋନୀତ କରାଗଲା ।