ତାଳଚେର (କୋଶଲ ନ୍ୟୁଜ୍):- ତାଳଚେର କୁ ପୁରୀ ଗୋବର୍ଦ୍ଧନ ପିଠାଧୀସ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳା ନନ୍ଦ ସରସ୍ବତୀ ଙ୍କର ଆଗମନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଆଗାମୀ ମାର୍ଚ୍ଚ ୩୦ ରବିବାର ହିନ୍ଦୁ ନବବର୍ଷ ରେ ଅପରାହ୍ନ ୫ ଟାରେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ଠାରେ ବିଶାଳ ହିନ୍ଦୁ ରାଷ୍ଟ୍ର ମହାଧିବେଶନ ରେ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଦିତ୍ୟ ବାହିନୀ ର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ର ସଂଯୋଜକ ପର୍ଶୁରାମ ବାରିକ ଙ୍କ ସଂଯୋଜନା ରେ ଆଜି ରବିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇ ଆଦିତ୍ୟ ବାହିନୀ ର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମିଶ୍ର ପ୍ରକାଶ କରିଛନ୍ତି । ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଆଗାମୀ ମାର୍ଚ୍ଚ 2୍୨୯ ତାରିଖ ରାତ୍ରୀ ରେ ପୁରୀ ଦୁର୍ଗ ଏକ୍ସପ୍ରେସ ଟ୍ରେନ ଯୋଗେଁ ରାତ୍ରୀ ୧୧ ଟାରେ ତାଳଚେର ରେ ପହଞ୍ଚିବା ପରେ ସେଠାରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟ ପଟୁଆର ରେ ହାଣ୍ଡିଧୂଆଁ ସ୍ଥିତ ଡା ସଂଜୀବ ରାଉତ ଙ୍କ ନିବାସ ଙ୍କୁ ନିଆଯିବ ।
ପରଦିନ ମାର୍ଚ୍ଚ ୩୦ ହିନ୍ଦୁ ନବବର୍ଷ ରେ ସକାଳୁ ପ୍ରଭାତ ଫେରି, ରାମଧୁନ, ଅନାଥ ଆଶ୍ରମ କୁଷ୍ଠା ଶ୍ରମରେ ବସ୍ତ୍ର ଦାନ, ମେଡିକାଲ ରେ ଫଳ ବଣ୍ଟନ, ହନୁମାନ ଚାଳିଶା ପାଠ, ବେଦ ପାଠ, ନାମ ସଂକୀର୍ତନ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଜଗତ ଗୁରୁ ଅପରାହ୍ନ ୪ ଟାରେ ଘଣ୍ଟପଡା ପଞ୍ଚାୟତ ବାଘମରା ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ସେଠାରୁ ଆସି ସନ୍ଧ୍ୟା ୫ ଟାରେ ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆ ରେ ଏକ ବିଶାଳ ହିନ୍ଦୁରାଷ୍ଟ୍ର ମହାଧୀବେଶନ ରେ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ ।
ଉକ୍ତ କାର୍ଯ୍ୟକ୍ରମ ରେ ସମଗ୍ର ଦେଶରୁ ବିଭିନ୍ନ ସ୍ଥାନରୁ ଶତାଧିକ ମଠର ମହନ୍ତ, ସାଧୁ ସନ୍ଥ, ବିଭିନ୍ନ ମତ ପନ୍ଥ ର ର ବିଶିଷ୍ଟ ବ୍ୟକ୍ତି ବିଶେଷ ବିଭିନ୍ନ ଦଳର ନେତୃବର୍ଗ ଙ୍କ ସହ ହଜାର ହଜାର ସଂଖାରେ ସନାତନୀ ହିନ୍ଦୁ ଭାଇ ଭଉଣୀ ମାନେ ଯୋଗ ଦେବେ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ଉକ୍ତ ସମସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଜାନୁୟାରୀ ୧ ତାରିଖ ରେ ସ୍ଥିରୀକୃତ ହୋଇଥିଲା ଅସୁସ୍ଥତା କାରଣରୁ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖା ଯାଇଥିଲା । ହିନ୍ଦୁ ନବବର୍ଷ ରେ ହିନ୍ଦୁ ରାଷ୍ଟ୍ର ମହାଧିବେଶନ ଏବଂ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କୁ ଉତ୍ସାହ ଖେଳି ଯାଇଛି । ଆଜି ହାଣ୍ଡିଧୂଆଁ ସ୍ଥିତ ଡ଼ଃ ସଂଜୀବ ରାଉତ ଙ୍କ ନିବାସ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଏଥିରେ ପୀଠ ପରିଷଦ ପୂର୍ବତନ ଉପ ସଭାପତି ପଣ୍ଡିତ ରୋହିତ ଦାସ, ଆଦିତ୍ୟ ବାହିନୀ ଜିଲ୍ଲା ସଭାପତି ବିଜୟ ତ୍ରିପାଠୀ ସ୍ୱାଗତ ସମିତି ର ଉପାଧ୍ୟକ୍ଷ ବରୁଣ କୁମାର ସାହୁ, ସଂଯୋଜକ ପର୍ଶୁରାମ ବାରିକ, ସାଧାରଣ ସମ୍ପାଦକ ବୃନ୍ଦାବନ ବେହେରା, ଡ଼ଃ ସଂଜୀବ ରାଉତ, ଅଶୋକ ସାମନ୍ତ, ଶ୍ରୀନିବାସ ଖୁଣ୍ଟିଆ, ୟୋତିର୍ମୟୀ ରଥ, ବିଜୟ କୁମାର ସାହୁ, ମଦନ ସୁନ୍ଦର ପ୍ରଧାନ, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ସୁଶାନ୍ତ ବିଶ୍ୱାଳ, କାର୍ତ୍ତିକେଶ୍ୱର ସାହୁ, ଉଛନ ପଟ୍ଟନାୟକ, ରଞ୍ଜନ ବିଶୋଇ,ବବଲୁ ସାହୁ,, ଦିପୁ ସିଂହ, ବିନ୍ଦା ସିଂହ, ବିକାଶ କୁମାର ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
ରିପୋର୍ଟ: ବିଶ୍ବଜିତ ଭୁତିଆ (ତାଳଚେର)