ତାଳଚେର କଲେଜ+୩ କଳା ୧୯୯୨ ବ୍ୟାଚ ର ବନ୍ଧୁମିଳନ

ତାଳଚେର (କୋଶଲ ନ୍ୟୁଜ୍):- ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ତା-୨୬-୦୧-୨୫ ସାଧାରଣ ତନ୍ତ୍ର ଦିବସରେ, ତାଳଚେର ମହାବିଦ୍ୟାଳୟ ପରିସରରେ ମହା ଆଡମ୍ବର ସହ ସମ୍ପର୍ଣ୍ଣ ହୋଇଛି ତାଳଚେର ମହାବିଦ୍ୟାଳୟର
୧୯୯୨ବ୍ୟାଚ +୩ କଳା ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ । ଦୀର୍ଘ ୩୨ବର୍ଷ ପରେ ସହପାଠୀ ମାନେ ଏକତ୍ର ହୋଇ ଭାବର ଆଦାନ ପ୍ରଦାନ ମଧ୍ୟରେ ନିଜକୁ ହଜାଇ ଦେଇଥିଲେ l ଦୀର୍ଘଦିନର ଅନ୍ତର ଅନେକଙ୍କର ଖୁସିର କୋହରେ ଆଖିରେ ଲୁହ ଆସି ଯାଇଥିଲା । କବିତା ପାଠ,ନାଚ, ଗୀତ,କେତେକ କୌତୁକ ଖେଳ ପ୍ରତିଯୋଗିତା କରି ଖୁସିରେ ନିଜକୁ ହଜାଇ ଦେଇଥିଲେ । ଏହି ବନ୍ଧୁମିଳନରେ ଅତିଥି ଭାବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ, ଅଧ୍ୟାପକ ଭାବରେ ବସନ୍ତ କୁମାର ସାହୁ,ପୁରୁଷୋତ୍ତମ ଦାସ, ଧନେଶ୍ୱର ଦାସ, ଦେବୀପ୍ରସାଦ ମିଶ୍ର, ଗୌର ଚନ୍ଦ୍ର ସିଂ, ଅଶୋକ ଶର୍ମା,ଭୋଳେଶ୍ୱର ପ୍ରଧାନ,ଗୀତା ଶତପଥି ଓ ଅବସରପ୍ରାପ୍ତ ଅଫିସିଆଲ ଭାବରେ ଛବି ବଳ, ରୁଦ୍ରନାରାୟଣ ମିଶ୍ର ଯୋଗଦେଇ ଏତାଦୃଶ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବାସହ ଆୟୋଜନକାରୀ ଓ
ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ବିଶେଷ ଭାବରେ କଲେଜର ବର୍ତମାନର ଅଧ୍ୟକ୍ଷ ମେଜର ସୁବ୍ରତ ଦାସ ପ୍ରତ୍ୟେକ ଦିନ ଉପସ୍ଥିତ ରହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ବବିତା ଦାସ, କେଶବ ଭୁତିଆ, ପ୍ରକାଶ ମହାରଣା, ହେମନ୍ତ ଭୁତିଆ, ରଞ୍ଜନ ସ୍ୱାଇଁ, ବିନୟ ବେହେରା, ଦିଲୀପ ସାହୁ, ଅରବିନ୍ଦ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମର ପ୍ରମୁଖ ଦାୟିତ୍ୱ ନେଇଥିଲେ ।

Comments
Loading...