ଘର ଭାଙ୍ଗିଲେ ଜଙ୍ଗଲୀ ହାତୀ  ବର୍ତିଗଲେ ପରିବାର ଲୋକେ


ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ବନାଞ୍ଚଳ ଝିରିପାଣି ପାଞ୍ଚାୟତ ରେ ଜଙ୍ଗଲୀ ହାତୀ ଙ୍କ ପ୍ରାଦୁର୍ଭାବ ବଢିଚାଲିଛି l କଳାହାଣ୍ଡି ଜିଲ୍ଲାର ହାତୀ ପଲ ଆସି ଭଣ୍ଡାରଙ୍ଗୀ ଓ ଝିରିପାଣି ପଞ୍ଚାୟତର ଫସଲ ନଷ୍ଟ ସହ ଘରଦ୍ଵାର ବାଙ୍ଗିଥିବା ଦେଖିବାକୁ ମିଳିଛି l ଭୟଭୀତ ହୋଇ ରହୁଛନ୍ତି ଝିରିପାଣି ଓ ଭଣ୍ଡାରଙ୍ଗୀ ପଞ୍ଚୟତ ବାସି lପାଇଥିବା ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଝିରିପାଣି ପଞ୍ଚାୟତର ବେହେଡ଼ା ପଡ଼ା ଗ୍ରାମରେ ହାତୀ ପଲ ପଶି ଗଣେଶ ନାୟକଙ୍କ ଘର ଭାଙ୍ଗି ଥିଲେ।ଭାଗ୍ୟ ବଶତଃ ଗଣେଶ ଓ ପରିବାର ନଥିଲେ। ନିଜ ସମ୍ପର୍କୀୟ ଅନ୍ୟ ଏକ ପାଖ ଗ୍ରାମକୁ କୁଣିଆ ଯାଇଥିଲେ।ସକାଳୁ ଖବର ପାଇ ଘରକୁ ଫେରିବା ଦେଖିବା ବେଳେ ହାତୀ ଘର ଭାଙ୍ଗିଛି। ବାହାରେ ରଖିଥିବା ଜିନିଷ ପତ୍ର ଗୁଡ଼ିକ ଭାଙ୍ଗି ନଷ୍ଟ କରି ଦେଇଛି।ତେବେ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବା ଜଣାପଡିଛି।ସରକାରୀ ସହାୟତା ଅପେକ୍ଷାରେ ଗଣେଶ ନାୟକ।ତୁରନ୍ତ ହତିପଲକୁ ଘଉଡ଼େଇବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

ରିପୋର୍ଟ:ପ୍ରବୀଣ କୁମାର ପଟ୍ଟନାୟକ

Comments
Loading...