ଦେବଗଡ଼(କୋଶଲ ନ୍ୟୁଜ୍ ):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ “ଗୁରୁପୂର୍ଣ୍ଣିମା”ମହାସମାରୋହରେ ପାଳିତ ହୋଇଯାଇଛି ।

ପ୍ରାରମ୍ଭରେ ଗୁରୁଦେବ ବ୍ୟାସଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ ପୂର୍ବକ ପଣ୍ଡିତମାନଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ଓଡ଼ିଆ ଅଧ୍ୟାପକ ବୁଦ୍ଧଦେବ ପ୍ରଧାନଙ୍କ ପୌରୋହିତରେ ସମାହିତ ହୋଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁରୁମାନଙ୍କ ପଥାନୁଶରଣ କରି ଶୃଙ୍ଖଳିତ ହେବା ଏବଂ ସମାଜର ପ୍ରଗତିରେ ଗୁଣ୍ଡୁଚିମୂଷା ପରି ସାହାଯ୍ୟ, ସହଯୋଗ କରିବା ନିମିତ୍ତ ପ୍ରବର୍ତ୍ତlଇ ଥିଲେ । ମହାବିଦ୍ୟାଳୟର ସାହିତ୍ୟ ଅଧ୍ୟାପକ ଉମାକାନ୍ତ ସାହୁ ଉଦବୋଧନ ଦେଇ କହିଥିଲେ ଯେ, ଯୁବକଯୁବତୀମାନେ ଦେଶର ଭବିଷ୍ୟତ ଓ ମେରୁଦଣ୍ଡ ଏବଂ ସେମାନଙ୍କ ଉପରେ ଦେଶ ହିଁ ନିର୍ଭର କରୁଛି, ବର୍ତ୍ତମାନଠାରୁ ସଜାଗ ଓ ସଚେତନ ହେବା ବିଧେୟ । ଉକ୍ତ ପବିତ୍ର କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଭୟ କୁମାର ସାହୁ, ମାନସ ରଞ୍ଜନ ମହାପାତ୍ର, ଯଦୁମଣି ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ଅଣଶିକ୍ଷକ କର୍ମଚାରୀ ପିପନ୍ ସେଠୀ, ଶରତ ବେହେରା, ମନୋଜ କୁମାର ସାହୁ, ନରୋତ୍ତମ ସାହୁ, ଇନ୍ଦ୍ରମଣି ମାଝୀ, ତ୍ରିପୁର ମୋହନ ମାଝୀ, ଅଜିତ୍ ପାତ୍ର ପ୍ରମୁଖ ଉପସ୍ଥିତ ହୋଇ ସହଯୋଗ କରିଥିଲେ ।