ନିକିତିମାଳ ଜଙ୍ଗଲରୁ ଝୁଲନ୍ତା ମୃତ ଶରୀର ଉଦ୍ଧାର

ଦେବଗଡ଼ (କୋଶଲ ନ୍ୟୁଜ୍):- ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମପଞ୍ଚାୟତ ବାହାଡାପୋଷି ନିକଟସ୍ଥ ନିକିତିମାଳ ଜଙ୍ଗଲରୁ ଗଳିତ ଝୁଲନ୍ତା ମୃତ ଶରୀର ଉଦ୍ଧାର। ସୂଚନାଆନୁଯାୟୀ ଆଜି ସକାଳ ପ୍ରାୟ ୯ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲ ଯାଉଥିଲେ। ଫଳରେ ଏକ ପୁରୁଷର ଗଳିତ ଝୁଲନ୍ତା ମୃତ ଶରୀର ଦେଖି ଆଖ ପାଖ ଲକଙ୍କୁ ଜଣାଇବା ସହ ବାରକୋଟ ପୋଲିସଙ୍କୁ ଜଣାଇଥିଲେ। ବର୍ତମାନ ବାରକୋଟ ପୋଲିସ ପହଂଚି ତଦନ୍ତ କରୁଥିବା ଜଣା ପଡିଛି। ବର୍ତମାନ ସୁଦ୍ଧା ମୃତକ ଜଣକ କିଏ କୈଣସି ସନ୍ଧାନ ମିଳିପାରିନାହିଁ। ଏହା ଏକ ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ଏ ନେଇ ଘଟଣା ସ୍ଥଳରେ ଅଧିକ ତଦନ୍ତ କରୁଛି ପୋଲିସ।
ରିପୋର୍ଟ: ପୁଷ୍ପାଞ୍ଜଳୀ ବେହେରା (ଦେବଗଡ଼)

Comments
Loading...