ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

କଲମପୁର ୦୧/୦୨ (କୋଶଲ ନ୍ୟୁଜ ) କଳାହାଣ୍ଡି ଜିଲ୍ଲା କଲମପୁରvଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।ଏହି ଶିବିର ଜାନୁୟାରୀ ୨୦ ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ ୩୧ ତାରିଖ ଦିନ ଶେଷ ହୋଇଯାଇଛି।କଲମପୁର ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ଜଣ ଛାତ୍ରୀଙ୍କୁ ମାଷ୍ଟର ଟ୍ରେନର ଆଲିଶା ଧଙ୍ଗଡାମାଝୀ ୧୨ ଦିନ ବ୍ୟାପୀ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ Iଏହି ଆତ୍ମ ସୁରକ୍ଷା ତାଲିମ ଶିବିରରେ ଛାତ୍ରୀମାନଙ୍କୁ ଶାରିରୀକ ସନ୍ତୁଳନ ପାଇଁ ବିଭିନ୍ନ ଶାରୀରିକ କୌଶଳ ଯଥା ଶାରୀରିକ ବିକାଶ, ବୌଦ୍ଧିକ ବିକାଶ, ମାନସିକ ବିକାଶ ଆଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା।ପ୍ରୋଗ୍ରାମ ଇନଚାର୍ଜ ଅଧ୍ୟାପକ ବିଭୁତି ଭୂଷଣ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାରାୟଣ ପଣ୍ଡା ଉକ୍ତ ଉଦଯାପନି ଶିବିର ରେ ଉପସ୍ଥିତ ରହି କୃତୀ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ।

ଏହି ଶିବିର କୁ ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ରୀ ଉପସ୍ଥିତ ତାଲିମ ନେଇଥିଲେ।

Comments
Loading...