Share ଅନ୍ୟାନ୍ୟ ଖବର ପଢନ୍ତୁ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Sep 28, 2024 ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ, ବର୍ଷା… Jun 12, 2024 କୋଶଲ ନ୍ୟୁଜ୍ ବ୍ୟୁରୋ : ବ୍ରହ୍ମପୁର : ବାହାଘର କୁ ସପ୍ତାହେ ବି ପୂରିନି। ହାତରୁ ମେହେନ୍ଦି ଲିଭିନି। ଗତକାଲି ଶ୍ବଶୁର ଘର ଶାଗମାଛ ଭୋଜି କରିଥିଲେ। ବେଶ୍ ହସଖୁସିରେ ଦୁଇ ପରିବାର ଦିନ କଟାଇଥିଲେ। ହେଲେ ଆଜି ସନ୍ଧ୍ୟାରେ ନବବଧୂ ବର୍ଷାଙ୍କ ଝୁଲନ୍ତା ଶବ ମିଳିବା ସବୁ ମହଲକୁ ତଟସ୍ଥ କରିଦେଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହୁମର ଗ୍ରାମରେ ଏଭଳି ଏକ ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ୮ ତାରିଖରେ ରାଜପୁର ଗ୍ରାମର ଦିବଙ୍ଗତ ଅଜୟ ନାହାକଙ୍କ ଝିଅ ବର୍ଷା ହୁମର ଗ୍ରାମର ପ୍ରବୀଣ ପଲାଇଙ୍କୁ ବିବାହ କରିଥିଲେ। ଧୂମ୍ଧାମ୍ରେ ବିବାହ ସଂପନ୍ନ ହୋଇଥିବା ବେଳେ ଦାବି ମୁତାବକ ବରପକ୍ଷଙ୍କୁ ଯୌତୁକ ଦିଆ ଯାଇଥିଲା। ବର୍ଷା ବି ବେଶ୍ ଖୁସି ଜଣା ପଡ଼ୁଥିବା ବେଳେ ଗତକାଲି ବରପକ୍ଷ ଶାଗମାଛ ଭୋଜିର ଆୟୋଜନ କରିଥିଲେ। କିନ୍ତୁ ଆଜି ସନ୍ଧ୍ୟାରେ ହଠାତ୍ ସ୍ବାମୀଙ୍କ ଘରର ଉପର ମହଲାରେ ବର୍ଷାଙ୍କ ଝୁଲନ୍ତା ଶବ ମିଳିଥିଲା। ବର୍ଷାଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନି। ତେବେ ଏହା ଏକ ଆତ୍ମହତ୍ୟା ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଯୌତୁକ ପାଇଁ ବର୍ଷାଙ୍କୁ ହତ୍ୟା କରା ଯାଇଥିବା ନେଇ ମା’ ପ୍ରତିମା ଓ ଭାଇ କାଳୁ ଛତ୍ରପୁର ଥାନାରେ ଏତଲା ଦେବା ପରେ ପୁଲିସ ସ୍ବାମୀଙ୍କୁ ଅଟକ ରଖିଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି। 0 8 Share FacebookTwitterWhatsAppEmailFacebook MessengerTelegramPrint