ଦେବଗଡ଼ (କୋଶଲ ନ୍ୟୁଜ୍):- ୭୬ ତମ ଗଣତନ୍ତ୍ର ଦିବସ ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚ ଦେବଗଡ଼ ତରଫରୁ ପାଳନ ହେଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ HADT ସମ୍ପାଦକ ଡ଼କ୍ଟର ୱିଲିଅମ ହେନେଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିବାବେଳେ ଖାଉଟି ସମବାୟ ସଂଘର ନିର୍ଦେଶକ ଶ୍ରୀଯୁକ୍ତ ବିପ୍ର ଜୟପୁରୀୟା ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହିଥିଲେ ଏଥି ସହିତ ସଂଗଠନ ତରଫରୁ ଏକ ବନ୍ଧୁ ମିଳନ ପର୍ବ ସ୍ଥାନୀୟ କୁରୁଡକୁଟ ଠାରେ ଆୟାଜନ କରାଯାଇ ଥିଲା। ବାରକୋଟ ବ୍ଲକ ୧ନଂ ଜୋନ ର ସଭାପତି ଭାବେ ଶ୍ରୀଯୁକ୍ତ ଭୁବନେଶ୍ବର ଗର୍ତିୟା ଓ ସମ୍ପାଦକ ଭାବେ ଟିକେଶ୍ୱର୍ ଛତ୍ରିଆ ଯୋଗଦେଇଥିବା ବେଳେ ଉକ୍ତ ସଭା ପରିଚାଳନା କରିଥିଲେ।
ସଂଗଠନ ର ସଭାପତି ଆଡ଼ଭୋକେଟ ଚୌଧୁରୀ ବେହେରା ଏବଂ ସଂଗଠନ ର ଉଦେଶ୍ୟ ଲକ୍ଷ୍ୟ ଓ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ଓଡିଶା ସଂଜଜକ କ୍ଷମା ନିଧି ପାତ୍ର ତଥା ସଂଗଠନର ବରିଷ୍ଠ ସଦସ୍ୟ କନ୍ଦର୍ପ ପାତ୍ର ବାବାସାହେବ ଙ୍କ ବିଚାର ଧାରା ଉପରେ ବକ୍ତ୍ୟବ ରଖିଥିଲେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆମ୍ବେଦକର ବାଦି ଉପସ୍ଥିତ ରହିଥିଲେ।
