ଡାବୁଗାଁ ବ୍ଲକ ନନ୍ଦପୁରା ଗ୍ରାମରେ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ

ନବରଙ୍ଗପୁର (କୋଶଲ ନ୍ୟୁଜ୍):-  ଡାବୁଗାଁ ବ୍ଲକ ନନ୍ଦପୁରା ଗ୍ରାମରେ ୫ଦିନ ବ୍ୟାପି ଚାଲିଥିବା ମାଁ କଙ୍କାଲୁଣି ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ। ଏହି ଫୁଟବଲ ଟୁର୍ନାମେଣ୍ଟ ରେ ୩୨ ଟି ଦଲ ଭାଗ ନେଇଥିଲେ। ଆଜି ଏହି ଟୁର୍ନାମେଣ୍ଟ ର ଉଦଯାପିତ ଉସାବ ଅନୁଷ୍ଠିତ। ଏହି ଅବସରେ ଉପସ୍ଥିତି ଥିଲେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ଉପାଧ୍ୟାକ୍ଷା ସଦାନନ୍ଦ ନାୟକ, ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର, ନନ୍ଦପୁରା ସରପଞ୍ଚ ପ୍ରତିନିଧି ହିରସିଂ ମାଝୀ, ମହେଶ ଦାସ ପାନାକା, ନାୟବ ସରପଞ୍ଚ ରାଜୁ ପୂଜାରୀ, ପଦମ ପୂଜାରୀ, ଗୁରୁବାରୁ ପୂଜାରୀ, ମେନେଜମେଣ୍ଟ କମିଟିର ସଭାପତି ଧନୀ ଭତ୍ରା, ଡମ୍ୱରୁ ଭତ୍ରା ଏବଂ ଏହି ଟୁର୍ନାମେଣ୍ଟ ରେ ଏଙ୍କରିଂଙ୍ଗ କରୁଥିଲେ କ୍ରିଷ୍ଟନା ମଙ୍ଗୁରି। ଆଜି ଏହି ଟୁର୍ନାମେଣ୍ଟ ରେ ବିଜୟ ଲାଭ କରିଥିବା ଦଲ ହେଲା ନନ୍ଦପୁରା ଗ୍ରାମର ନୁନା ଲେଭେନ ଏବଂ ରନର ହେଲା ମଲ୍କିଗୁଡା ଟିମ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ମପନ ହେଲା।

ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)

Comments
Loading...