ବୁଢିକୁଟୁଣୀ ବିଦ୍ଯାଳୟରେ ବନ ମହୋତ୍ସବ

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢିକୁଟୁଣୀ ସରକାରୀ ପ୍ରାଥମିକ ବିଦ୍ଯାଳୟରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ପ୍ରକୃତିବନ୍ଧୁ ତଥା ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିପିନ ବିହାରୀ ପ୍ରୁଷ୍ଟି ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ନଡିଆ ଭାଙ୍ଗି ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ଯାଳୟର ସଭାପତି ଶ୍ରୀମତୀ ହିରାମଣି ମୁଣ୍ଡା ଓ ଶ୍ରୀମତୀ ବିଶାଖା ପ୍ରଧାନ ଯୋଗ ଦେଇଥିଲେ ।

ଶ୍ରୀମତୀ ସିନିସ୍ମିତା ମୋରାଇ, ନାରାୟଣ ମହାକୁଳଙ୍କ ସମେତ ଅନ୍ଯାନ୍ଯବନ କର୍ମଚାରୀ ସହଯୋଗ କରିଥିଲେ । ବିଦ୍ଯାଳୟର ଛାତ୍ର ଛାତ୍ରୀ, ବିଦ୍ଯାଳୟ ପରିଚାଳନା କମିଟୀର ସଭ୍ଯସଭ୍ଯା ଓ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲେମ୍ବୁ ସଜନା, ଡାଳିମ୍ବ, ଆତ, ଓଉ, ଅଁଳା, ପିଜୁଳି, ପାଟୋଳି,ବାଉଁଶ ଇତ୍ୟାଦି ଚାରାଗଛ ରୋପଣ କରାଯାଇ ଥିଲା । ମା’ଙ୍କ ନାମରେ ଗଛଟିଏ ରୋପଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ବକ୍ତୁତା ଓ କୁଇଜ୍ କାର୍ଯ୍ୟକ୍ରମ କରାଯାଇ ଥିଲା । ସହକାରୀ ଶିକ୍ଷକ ରାଜେଶ ବାଘ କାର୍ଯ୍ୟକ୍ରମ ପରିଚାଳନା କରିବାସହ କାର୍ଯ୍ୟକ୍ରମ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ ।

Comments
Loading...