ବାରକୋଟ ଗୋଷ୍ଠୀଶିକ୍ଷା କାର୍ଯ୍ଯାଳୟ ତରଫରୁ ଶୈକ୍ଷିକ କ୍ଷେତ୍ର ପରିଭ୍ରମଣ


ଦେବଗଡ଼(କୋଶଲ ନ୍ୟୁଜ୍):- ବାରକୋଟ ଗୋଷ୍ଠୀ ଅଧିକାରୀ ସୁଶ୍ରୀ ଗାୟତ୍ରୀ ସାହୁଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ବାରକୋଟ ବ୍ଲକର ୧୭ ଟି କ୍ଲଷ୍ଟରରୁ ୧୭ ସିଆରସିସି ଓ ତତ୍ତ୍ବାବଧାରକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ୧୭୯ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରାୟ ତିନି ଶହରୁ ଅଧିକ କୃତୀ ଛାତ୍ରଛାତ୍ରୀ ଶେକ୍ଷିକ କ୍ଷେତ୍ର ପରିଭ୍ରମଣ ସ୍ବରୂପ ହୀରାକୁଦ ନଦୀବନ୍ଧ, ବୁର୍ଲା ପ୍ଲାନେଟେରୟମ୍ ,ସମ୍ବଲପୁର ବିଶ୍ବ ବିଦ୍ୟାଳୟ ,ଚିପିଲିମା ପାୱାରପ୍ଲାଣ୍ଟ , ଘଣ୍ଟେଶ୍ବରୀ ମନ୍ଦିର ତଥା ସମଲେଶ୍ବରୀ ମନ୍ଦିର ପରିଭ୍ରମଣ କରିଥିଲେ । ସମସ୍ତ ପିଲାମାନଙ୍କୁ ନେଇ ୫ଟି ଗାଡ଼ିରେ ସକାଳ ୫ ଟାରୁ ବାହାରି ଶେକ୍ଷିକ କ୍ଷେତ୍ର ପରିଭ୍ରମଣ ଶେଷ କରି ରାତ୍ରୀ ୧୦ ଟା ବେଳକୁ ନିଜ ନିଜ ଘରକୁ ଫେରି ଆସିଥିଲେ । ଏହି କ୍ଷେତ୍ର ପରିଭ୍ରମଣ କାର୍ଯ୍ଯରେ ପ୍ରତ୍ଯକ୍ଷ ସହଯୋଗ କରିଥିଲେ ଅତିରିକ୍ତ ଗୋଷ୍ଠୁ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଭିନ୍ନ ଚନ୍ଦ୍ର ପାଇକରାୟ ତଥା ସିଆରସିସି ଶ୍ରୀଯୁକ୍ତ ନିରଞ୍ଜନ କୁମାର ସାହୁ , କୁମୁଦ ବନ୍ଧୁ ପ୍ରଧାନ, ଯଦୁମଣୁ ବେହେରା, ପ୍ରଦୀପ କୁମାର ପ୍ରଧାନ ଓ ଫଗୁ ପାତ୍ର ।

Comments
Loading...