ଦେବଗଡ଼ (କୋଶଲ ନ୍ୟୁଜ୍):- ଭାରତୀୟ ଜନତା ପାର୍ଟିର ନବ ନିର୍ବାଚିତ ମଣ୍ଡଳ ସଭାପତି ଘୋଷଣା ହୋଇ ଯାଇଛି । ଦେବଗଡ଼ ଜିଲ୍ଲା ବିଧାନ ସଭା ମଣ୍ଡଳୀ ରେ ତିନୋଟି ବ୍ଲକ ମଧ୍ୟରୁ ୮ ଟି ମଣ୍ଡଳ ସଭାପତି ଗଠନ ହୋଇଥାଏ। ପୂର୍ବରୁ ନୂତନ ଜିଲ୍ଲା ବିଜେପି ସଭାପତି ଓ ଆଠଟି ମଣ୍ଡଳ ସଭାପତି ରୁ ଛଅ ଜଣଙ୍କ ମଣ୍ଡଳ ସଭାପତି ଘୋଷଣା କରାଯାଇଥିଲା।

ବର୍ତମାନ ବିଧିବଦ୍ଧ ଭାବେ ଗତ ୧୨/୦୫/୨୦୨୫ ଦିନ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ସ୍ବାକ୍ଷର ଜରିଆରେ ଅଉ ଦୁଇ ଜଣଙ୍କ ମଣ୍ଡଳ ସଭାପତି ନାମ ଘୋଷଣା କରିଛନ୍ତି। କଣ୍ଢଳ ମଣ୍ଡଳର ସଭାପତି ଶ୍ରୀ ଅରୁଣ କୁମାର ମହାପାତ୍ରଙ୍କ ନାମ ଘୋଷଣା କରିଥିବା ବେଳେ ବୁଢାପାଳ ମଣ୍ଡଳର ସଭାପତି ଭାବରେ ଶ୍ରୀ ଅନନ୍ତ କୁମାର ସାହୁଙ୍କ ନାମ ଘୋଷଣା କରିଛନ୍ତି।