ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ: ଦୁଇ ଆହତ ବ୍ୟକ୍ତି ମେଡିକାଲରେ ଭର୍ତି

କନ୍ଧମାଳ ଜିଲ୍ଲା ବାଲିଗୁଡାଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଳକର ମହାଶିଙ୍ଘି ଗ୍ରାମ ୫୯ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ଏକ ସ୍କୁଟି ଦୃତଗତିରେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି।ସ୍କୁଟିନଂ.(ଓଆର -୧୨-ଏ -୭୪୮୦ ଗାଡିଟି ଦୃତଗତିରେ ଆସି ଓଲଟି ପଡିଥିଲା ।ଗାଡିରେ ବସିଥିବା ଦୁଇଜଣ ମଧ୍ୟରୁ ସାରଙ୍ଗଗଡର ଜଣେ ଓ ବାଲିଗୁଡା ଅଞ୍ଚଳର ଜଣେ ବୋଲି ଜଣାପଡିଥିବା ବେଳେ ସେମାନଙ୍କ ସଠିକ ପରିଚୟ ମିଳିପାରିନାହିଁ l ଦୁଇଜଣ ଗୁରୁତର ବ୍ୟକ୍ତିଙ୍କୁ ବାଲିଗୁଡା ମେଡିକାଲକୁ ନିଆଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଛି ।ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ସ୍କୁଟିକୁ ଥାନାକୁ ନେବା ସହିତ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି ।

Comments
Loading...