ଦେବଗଡ଼ (କୋଶଲ ନ୍ୟୁଜ୍):- ସ୍ଥାନୀୟ ସର୍କିଟ ହାଉସ ଠାରେ ଜ଼ିଲ୍ଲାସ୍ତରୀୟ ପ୍ରେସ ଦିବସ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ରମାଞ୍ଚ ରଞ୍ଜନ ବିଶ୍ବାଳ ବରୋଣ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଅରୁଣ କୁମାର ସାହୁ,ଜିଲ୍ଲା ଷ୍ଟେଟ ୟୁନିୟନ୍ ଅଫ ଜର୍ଣାଲିଷ୍ଟ ପୃଥିବରାଜ ପଟ୍ଟନାୟକ ଓ ପୂର୍ବତନ ରାଜ୍ଯ ସାଧାରଣ ସମ୍ପାଦକ ଓଡ଼ିଶା ୟୁନୀୟନ୍ ଅଫ ଜର୍ଣାଲିଷ୍ଟ ଅଶୋକ କୁମାର ନନ୍ଦ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହି ଅବସରରେ “ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପେକ୍ଷିରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ ” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ପ୍ରତି ବର୍ଷ ନଭେମ୍ବର ୧୬ ତାରିଖ କୁ ପ୍ରେସ ଦିବସ ରୂପେ ପାଳନ କରାଯାଉଛି । ପ୍ରେସ ଦ୍ୱାରା ସମାଜ ର ସଚେତନତା ବୃଦ୍ଧି ହେବା ସହ ସ୍ୱାଧୀନ ଓ ଦାୟିତ୍ୱ ପୂର୍ଣ୍ଣ ପ୍ରେସ ସମାଜ ର ଗରିବ ଓ ନ୍ୟାୟ ଏବଂ ଉନ୍ନତି ପାଇଁ ମୁଖ୍ୟ ଉପାୟ ହୁଏ । ସାମ୍ବାଦିକ ମାନେ ଚତୁର୍ଥ ସ୍ତମ୍ଭ ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟ ରେ ପରିପ୍ରକାଶ କରିଥିଲେ । ପରେ ପରେ ଗୋପବନ୍ଧୁ ସ୍ବାସ୍ଥ୍ୟ ବିମା କାର୍ଡ ମୁଖ୍ୟ ଅତିଥି ଓ ବରେଣ୍ୟ ଅତିଥି ଙ୍କ ଦ୍ଵାରା ସାମ୍ବାଦିକ ମାନଙ୍କୁ ବଣ୍ଟନ କରାଯାଇଥିଲା। ବୈଠକରେ ବରିଷ୍ଠ ସାମ୍ବାଦିକ ମିତ୍ରଭାନୁ ମହାପାତ୍ର, ଜ଼ିଲ୍ଲା ସଦର ମହକୁମା ର ଓ ତିନିବ୍ଲକ ର ସାମ୍ବାଦିକ ପ୍ରମୁଖ ଉପସ୍ଥିତି ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ଅତିଥି ଙ୍କ ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।