କୃଷି ଉପକରଣ ଯାନ୍ତ୍ରିକ ପଦ୍ଧତିରେ ବଣ୍ଟନ



ଦେବଗଡ( କୋଶଲ ନ୍ୟୁଜ୍):- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦେବଗଡ ଓଡିଶା ସରକାର ଙ୍କ ପକ୍ଷରୁ ଆଜି ପୁରୁଣା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କୃଷି ଉପକରଣ ଯାନ୍ତ୍ରିକ ପଦ୍ଧତି ରେ ବିଭିନ୍ନ ଚାଷୀ ମାନଙ୍କୁ ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଚାଷୀ ମାନଙ୍କୁ ଯାନ୍ତ୍ରିକ ପଦ୍ଧତି ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ଓଡିଶାର କୃଷି ଶିଳ୍ପ ନିଗମ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତିଲେଇବଣି ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଜନଜାତି ଜୀବିକା ମିଶନ ତିଲେଇବଣି ବ୍ଲକ ପାଞ୍ଚଟି ପଂଚାୟତ ବଡ଼ଛାପଲ, କଲଣ୍ଡା, ଢୋଲପଡା, ଦୁଧିଆନାଳୀ, ଝରାଗୁଗୁଆ ଓ ୨୮ ଟି ଗ୍ରାମ ର ୪୫ ଜଣ ଜନଜାତି ଲୋକଙ୍କୁ ନିଜସ୍ୱ ଜମି ରେ କ୍ଷତ ପୋଖରୀ ଖନନ ନିମନ୍ତେ ସ୍ଥାନୀୟ ଚାଷୀ ମାନଙ୍କୁ ସମନ୍ବିତ ଚାଷ ପଦ୍ଧତି ଆପଣାଇ ନିଜର ଆୟ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ଘାସ ଉପଡା ଯନ୍ତ୍ର ୩ ଟି, ଧାନକଳ ୧ ଟି, ସ୍ପ୍ରେ ମେସିନ ୨୨ ଟି, ତେଲ ଘଣା ମେସିନ ୧ଟି, ଓଜନ ଯନ୍ତ୍ର ୧ଟି ଓ ପ୍ୟାକେଟିଙ୍ଗ ମେସିନ ୧ଟି, ସର୍ବମୋଟ ୪୫  ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରକଳ୍ପ ପରିଚାଳିକା ଆଇଟିଡିଏ ସନ୍ଧ୍ୟା ମାଝୀ, ଜିଲ୍ଲା ପରିଚାଳକ ଓଡିଶା କୃଷି ଶିଳ୍ପ ନିଗମ ଦେବଗଡ ଈଂ ଦିବ୍ୟ ଲୋଚନ ସାହୁ, ପ୍ରୋଜେକ୍ଟ ମ୍ୟାନେଜର ପ୍ରତାପ ପଣ୍ଡା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଉତ୍ସବ ଚରଣ ବେହେରା, ବିଷୟବସ୍ତୁ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର,  ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Loading...