ତାଳଚେର(କୋଶଲ ନ୍ୟୁଜ୍ ):- ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାର ସର୍ବ ପୂରାତନ ହାଇସ୍କୁଲ ତଥା ଅନୁଗୁଳ ଜିଲ୍ଲାର ପ୍ରଥମ ହାଇସ୍କୁଲ ଯୁବରାଜ ଉଚ୍ଚ ବିଦ୍ୟାଳୟ ର ୧୯୮୩ ମସିହା ବ୍ୟାଚ୍ ର ମହମିଳନ ପାଇଁ ଏକ ସ୍ବତନ୍ତ୍ର ତଥା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଳଚେର କଲେଜ ନିକଟସ୍ଥ ହିଲଟପ୍ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ୮୩ବ୍ୟାଚ୍ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ତେବେ ଉକ୍ତ ବ୍ୟାଚ୍ ରେ ସେକ୍ସନ A ଠାରୁ H ପର୍ଯ୍ୟନ୍ତ ସେକ୍ସନ ରେ ଦଶମ ଶ୍ରେଣୀରେ ପାଠ ପଢା ହେଉଥିଲା। କାରଣ ସେହି ବର୍ଷ ଏକାଦଶ ପାଠ୍ୟ କ୍ରମ ଉଠିଯିବା ଦ୍ବାରା ଜୁନିଅର୍ ଓ ସିନିୟର୍ ବ୍ୟାଚ୍ ଏକାଠି ୧୯୮୩ମସିହାରେ ଦଶମ ପରୀକ୍ଷା ଦେଇ ଥିଲେ । ସେଇଥିପାଇଁ ସେହି ବ୍ୟାଚ୍ ଟି ରେ ଅନ୍ୟୁନ୍ୟ ୪୦୦ଜଣ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁଥିଲେ ।

ତେଣୁ ସେମାନଙ୍କୁ ସମସ୍ତଙ୍କୁ ଏକାଠି କରି ଏକ ସ୍ବତନ୍ତ୍ର କମିଟି କରି ସମାଜ କଲ୍ୟାଣ ନିମନ୍ତେ କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରିକଳ୍ପନା। କରଯାଇଛି। ଏହା ଦ୍ଵିତୀୟ ବୈଠକ ହୋଇଥିଲା ବେଳେ ଆଗକୁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସୁଚନା ଦେଇ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି। ତେବେ ଏହି କମିଟି ଗଠନ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ଜୟ ବର୍ଦ୍ଧନ ମିଶ୍ର, ଉପସଭାପତି ଡଃ ରଶ୍ମିରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ସିଙ୍ଗସାମନ୍ତ, ମିଡ଼ିଆ ସଂଜଯୋକ ଭାବେ ତପନ କୁମାର ମହାରଣାଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଉଥିଲା ବେଳେ ୧୫ ଜଣ ଛାତ୍ର ଛାତ୍ରୀ ଙ୍କୁ କାର୍ଯକାରୀ ସଦସ୍ୟ ଭାବେ ଗ୍ରହଣ କରଯାଇଛି। ତେବେ ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୂତନ ସଭାପତି ଶ୍ରୀ ମିଶ୍ର ସୁଚନା ଦେଇଛନ୍ତି।