ହଜି ଯାଉଛେ ଉଡିଆଙ୍କର ଐତିହ ଆର୍ ପରମ୍ପରା l ଆଉ ସୁନବା କେ ନୁହେଁ ମିଲବାର ଢାଏ ଢାଏ ଶବଦ୍ l ଆଧୁନିକ ଯୁଗ୍ ନେ ଯନ୍ତର୍ ପାତି ସାମାନ ଲାଗି ହଜି ବସ୍ଲାନ ପୁରାତନ୍ ଜିନିଷ l ନିତି୍ ଦିନିଆ୍ ବେଭାର୍ ହେଉଥିବାର୍ ଜିନିଷ ସବୁ ଧିରେ ଧିରେ ଲୁକି ଯାଉଛେ l ସେଥିର୍ ଭିତରୁ ଧାନକୁଟା ଢେଁକି ହେଉଛେ ଅଲଗା l ଆଗ୍ ରୁ ଢେଁକି ସାହାଜ୍ ଥି ଭିନ୍ ଭିନ୍ ଖାଏବାର ସାମାନ ବନଉଥିଲେ ଲୁକେ l ଆଧୁନିକ୍ ଯନ୍ତର୍ ପାତି ବାହାର୍ଲା ଦିନୁ ଢେଁକି କେ ଆର୍ ବେଭାର୍ ନାଇଁ କର୍ବାର କିଏ l ଆଘର୍ କାଲେ ଯନ୍ତର୍ ପାତି ଭାବେ ଢେଁକି କେ ବେଶି ବେଭାର୍ କରୁଥିଲେ ଲୁକେ l ଆର୍ ଇ ଢେଁକି ନେ ତିଆରି ହେଉଥିଲା ଅନେକ୍ ଖାଏବାର ଜିନିଷ୍ l ଧାନ୍ ନୁ ଚାଉଲ୍ ଚୁଡା ,ଚାଉଲ୍ ନୁ ଚୁନା ଆର୍ ଗଉଁ ନୁ ଅଟା ଭଲିଆ ଅନେକ ଜିନିଷ୍ ଢେଁକି ନେ ତିଆରି୍ ହେଉଥିଲା l ଡେଁକି ନୁ ବନାଲା ଖାଏବାର୍ ଜିନିଷ୍ ସବୁ ସୁଆଦ୍ ଭି ଲାଗୁଥିଲା l ସମିଆ ବଦ୍ଲିବାର୍ ସାଙ୍ଗେ କାମ ବି ବଦ୍ଲି୍ ଯାଉଛେ l ଚକ୍ ଚାକ୍ ଆର୍ କମ୍ ସମିଆ ଥି କାମ୍ ସରାବାର୍ ଲାଗି ଲୋକ୍ ଆପନେଇଛନ୍ ଆଧୁନିକ୍ ଯନ୍ତର୍ ପାତି l ସେଥିର୍ ଲାଗି ପୁରାତନ ଢେଁକି ଲୁକର୍ ଲାଗି ହେଉଛେ ମୁସ୍କିଲ୍ l ଆଗ୍ ରୁ ଗାଁ ମାନ୍ କେ ଲୋକ୍ ମାନକର୍ ଦୁଆର ଘରେ ଢେଁକି ଦେଖବା କେ ମିଲୁଥିଲା l ଏନ୍ତା କି ପରବ୍ ପରବାଣୀ ଆସ୍ ଲେ ଢେଁକି ଚାଏଦା୍ ବଢବାର୍ ସାଙ୍ଗେ ଆଦର୍ କରୁଥିଲେ ଲୁକେ l ଆରୁ ଢେଁକି ସବଦ୍ ଥି ଫାଟି ପଡୁଥିଲା ଗାଁ ଖୁଇଲ୍ l ତେବେ ଢେଁକି ଟିକେ ରଚେ କେନ୍ ନେ ଦେଖବାକେ ମିଲୁଥିଲେ ବି ଲୋକ୍ ଇଟାକେ ଭଲ୍ କରି ବେଭାର୍ ନାଇ କର୍ବାର୍ l ଆଧୁନିକ ଚକ୍ ଚାକ୍ ଭିତରେ ପଡିକରି ପୁରାତନ ଢେଁକି କେ ପାସରି୍ ଦେଉଛନ୍ ଲୁକେ l ଯାହା ର୍ ଫଲ୍ ନେ ଲୋପ୍ ପାଏବାର୍ କେ ବସିଛେ l ଏନ୍ତାକି ଲୁକେ ଜିବନ ର୍ ଧାରା କେ ବଦଲାବାର୍ ସାଙ୍ଗେ ଯନ୍ତର ପାତି ତିଆରି ସାମାନ ଖାଇକରି ଭିନ୍ ଭିନ୍ ରୋଗ ନେ ପଡୁଛନ୍ l
