ଡାବୁଗାଁ ସଦର ମହକୁମା ସ୍ଥିତ ଦୋକାନର ତାଲା ଭାଙ୍ଗି ଟଙ୍କା ଚୋରି


ନବରଙ୍ଗପୁର (କୋଶଲ ନ୍ୟୁଜ୍):- ଡାବୁଗାଁ ସଦର ମହକୁମା ସ୍ଥିତ ପଞ୍ଚାୟତ ପାଖ ଦୋକାନ ରୁ ଚୋରି ହେଇଥିବା ଦେଖିବକୁ ମିଳିଛି । ସୂଚନଯୋଗ୍ୟ ଡାବୁଗାଁ ର ସନ୍ୟାସୀ ଦଳେଇ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ । ଆଜି ସକାଳ ୮ ଘଣ୍ଟା ସମୟରେ ଦୋକାନ ଖୋଲିବାକୁ ଆସିଥିବା ସମୟରେ ଦୋକାନ ଗୃହ କବାଟ ର ତାଲା ଭାଙ୍ଗି ଥିବା ଦେଖିବକୁ ପାଇଥିଲେ । ପରେ ସେ ତାଙ୍କ ପୁଅକୁ ଫୋନ କରିଥିଲେ । ତାଙ୍କ ପୁଅ ଶଙ୍କର ଆସି ଦେଖିଲେ ତାଲା ଭାଙ୍ଗି ଦୋକାନରୁ ପଇସା ଓ କିଛି ଜିନିଷ ଚୋରି ହୋଇଛି। ଏନେଇ ଶଙ୍କର ଡାବୁଗାଁ ଥାନାର ଏତଲା ଦେଇଛନ୍ତି । ଉକ୍ତ ଏତଲା କୁ ଭିତ୍ତିକରି ଥାନା କର୍ମଚାରୀ ତଦନ୍ତ ଜାରି ରଖିଛନ୍ତି ।

ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)

Comments
Loading...