ତଲେଇଶର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ରେଙ୍ଗାଲି ଚାମ୍ପିୟନ୍ସ

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଅନ୍ତର୍ଗତ ତଲେଇଶର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆୟୋଜକ ତଲେଇଶର କ୍ରିକେଟ୍ କ୍ଲବ୍ ର ସଭାପତି ଗୁରୁଚରଣ ବିଶ୍ବାଳ ଓ ସମ୍ପାଦକ ଦେବେନ୍ଦ୍ର ବେହେରା ଙ୍କ ତତ୍ବାବଧାନରେ ଉଦଘାଟିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ୮ଟି ଦଳ ଭାଗ ନେଇଥିଲେ ଯଥା ଟାଇଁସର, କଦଳୀପାଳ, ତେବୁଡ, କରଲଗା, ନୂଆପଡ଼ା, ତଲେଇଶର, ତିରିବ ଓ ରେଙ୍ଗାଲି କ୍ରିକେଟ କ୍ଲବ୍ ତିନୋଟି ପର୍ଯ୍ୟାୟରେ ସିରିଜ୍ ମ୍ୟାଚ୍ ରହିଥିଲା । ଅନ୍ତିମ ପର୍ଯ୍ୟାୟରେ ଟାଇଁସର ଦଳକୁ ହରାଇ ରେଙ୍ଗାଲି କ୍ରିକେଟ କ୍ଲବ୍ ବିଜୟତା ହାସଲ କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ବାସନ୍ତୀ ବେହେରା ସମ୍ମାନୀତ ଅତିଥି ଭାବେ ଖିଲେଇ ପଞ୍ଚାୟତ ସରପଞ୍ଚ ଦୋଳଗୋବିନ୍ଦ ପ୍ରଧାନ, ସମାଜସେବୀ ସୁମନ୍ତ ବେହେରା ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଖେଳ ପରିଚାଳନା ଦାୟିତ୍ଵ ସିଲୁ ସାହୁ ଓ ତାପସ ବିଶ୍ବାଳ ତୁଲାଇଥିବା ବେଳେ ସ୍କୋର୍ ବୋର୍ଡ ରେ ପପୁ ରାଜହଂସ ଓ ଭାଷଣ ବାଜି ଦାୟିତ୍ବ ରେ ଗୁରୁ ଚରଣ ବିଶ୍ବାଳ ରହିଥିଲେ। ଅତିଥି ମାନଙ୍କ ଦ୍ବାରା ଉଭୟ ଦଳକୁ ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। କ୍ଲବ୍ ର ସମସ୍ତ ମେମ୍ବର ଓ ଗ୍ରାମବାସୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ଗୁରୁଚରଣ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ । 

Comments
Loading...