ଦେବଗଡ଼(କୋଶଲ ନ୍ୟୁଜ୍):- ରିଆମାଳ ବ୍ଲକ ପରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନଙ୍କ ବିଦାୟ ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସମାଜସେବୀ ତପନ କୁମାର ନାୟକ ଯୋଗଦେଇ ମଞ୍ଚ ପରିଚାଳନା କରିବା ସହ ବିଦ୍ୟାଳୟର ରୂପରେଖ ଏବଂ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଓ ମହନୀୟତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ପ୍ରଧାନ ଶିକ୍ଷକ ମଧ୍ୟ ଚାକିରି ଜୀବନରେ ବିତିଯାଇଥିବା ବିଭିନ୍ନ ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରିବା ସହ ସ୍ମୃତି ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ମାନକୁ ଖାତା କଲମ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ରଘୁନାଥ ନାଏକ, ନବୀନ କୁମାର ବେହେରା, ପ୍ରଶାନ୍ତ ଗଡନାୟକ ଓ ଧ୍ରୁବଚରଣ ପ୍ରଧାନ ମଞ୍ଚାସୀନ ରହି ନିଜସ୍ଵ ବକ୍ତବ୍ୟ ରଖିଥିଲେ। ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ମିଶି ପ୍ରଧାନ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରାଇଥିଲେ।ଏହି ବିଦାୟୀ ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଶେଷରେ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସତ୍ୟବାନ ସାହୁ, ସଦସ୍ୟ ବିଦ୍ୟାଧର ମାହାର ସମେତ ଗ୍ରାମବାସୀ ସହଯୋଗ କରିଥିଲେ।