ନୂଆଡିହ ଠାରେ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା

ଦେବଗଡ଼ (କୋଶଲ ନ୍ୟୁଜ୍):- ମୈଳିକ ସାକ୍ଷରତା ଓ ସଂଖ୍ୟାକାନ କାର୍ଯ୍ୟକ୍ରମ ସରକାରୀ ରେଙ୍ଗତା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମହାସିଦ୍ଧୁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଁଡିହ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମୋତିମାଳା ମହାକୁଳ ସମ୍ମାନୀତ ଅତିଥି ଭାବେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୃଷଭାନୁ ଦାସ ବିଦ୍ୟାଳୟ ପରିଚାଳନା କମିଟୀ ର ସଭାପତି ସମ୍ବିତ ବେହେରା ମୁଖ୍ୟବକ୍ତା ଭାବେ CRCC ଶ୍ରୀଯୁକ୍ତ ଅଜିତ୍ ଚଳନ ଭୋଇ ମଞ୍ଚାସିନ ରହିଥିଲେ। ନୂଆଁଡିହ କ୍ଲଥର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୦ ଜଣ ଛାତ୍ରଛାତ୍ରୀ ଓ ୧୦ ଜଣ ଲେଖାଏଁ ଅବିଭାବକ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟକ ମୈଳିକ ସାକ୍ଷରତା ଓ ସବ୍ୟାଜ୍ଞାନ ସୃଜନାତ୍ମକ ଷ୍ଟଲ୍ ଆସିଥିଲା। ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମତାମତ ଷ୍ଟଲ୍ ରେ ନିଜର ମତାମତ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆଁଡିହ ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳି ପାତ୍ର ସମ୍ମାନୀତ ଅତିଥି ଭାବେ ପଞ୍ଚପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କୁମାର ବେହେରା ଶିକ୍ଷକ ବିଦେଶୀ ଗଡ଼ନାୟକ ଶିକ୍ଷକ ରୋହିତ କୁମାର ବରାଳ ମୁଖ୍ୟବକ୍ତା ଭାବେ ଶିକ୍ଷକ ବିପିନ ବିହାରୀ ପୃଷ୍ଟି ମଞ୍ଚାସିନ ରହିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଓମ୍ ପ୍ରକାଶ ପ୍ରଧାନ ସଂଯୋଜନା କରିଥିବାବେଳେ ଶେଷରେ ସୁମନ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ

Comments
Loading...