ରାଜ୍ୟ ସରକାର ପିଲାମାନଙ୍କ ଭବିଷ୍ୟତକୁ ଆଖିରେ ରଖି ଚଳିତ ଜୁଲାଇ ମାସ 26 ତାରିଖରୁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କ ରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠ ପଢ଼ା ଆରମ୍ଭ କରିବାକୁ ଯୋଜନା କରିଛନ୍ତି | ଉକ୍ତ ସ୍ଥାନ ଗୁଡିକର ପରିସ୍ଥିତି ଅନୁସାରେ ପାଠ ପଢ଼ା ଆରମ୍ଭ କରିବା ଚିନ୍ତା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଙ୍କ ଉପରେ ନ୍ୟସ୍ତ କରାଯାଇଛି ସେଥିପାଇଁ ଶିକ୍ଷକ ମାନଙ୍କ ଟୀକାକରଣ କୁ ଅଧିକ ତ୍ୱରାନ୍ୱିତ କରିବାକୁ ସ୍ଥିର ହୋଇଛି | ପୂର୍ବ ପରି ଅନଲାଇନ ପାଠ ପଢ଼ା ମଧ୍ୟ ଚାଲୁ ରହିବ | ପିଲାମାନେ ତାଙ୍କ ଅଭିଭାବକମାନଙ୍କ ସହ ଆଲୋଚନା କରି ପାଠ ପଢିବାକୁ ଆସିପାରିବେ | ସ୍ଥିତି ର ସୁଧାର ଆସିଲେ ଅନ୍ୟ ଶ୍ରେଣୀ ଗୁଡିକ ର ପାଠ ପଢ଼ା ଆରମ୍ଭ କରାଯିବ |
