ଦେବଗଡ଼ (କୋଶଲ ନ୍ୟୁଜ୍):- ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ ଦେବଗଡ଼ ସଂଘ ପକ୍ଷରୁ ଆଜି ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅନେକ କର୍ମୀ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦେବଗଡ଼ ଜିଲ୍ଲାପାଳ ଶ୍ରୀ କବୀନ୍ଦ୍ର କୁମାର ସାହୁଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଅଙ୍ଗନୱାଡ଼ି କର୍ମୀ ଅନଲାଇନ କାମ କରୁଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋବାଇଲ ଟାୱାର ଆସୁନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନେଟଓ୍ବାର୍କ ଆସୁନଥିବାରୁ ବାଧ୍ୟ ହୋଇ ଟାୱାର ଆସୁଥିବା ସ୍ଥାନକୁ ଯାଇ ଅନଲାଇନ କାମ କରିବାକୁ ପଡୁଛି। ଫଳରେ ଅଙ୍ଗନୱାଡ଼ି କର୍ମୀ ଅନଲାଇନ କାମ କରିବା ସମୟରେ ଏକୁଟିଆ ଦେଖି କିଛି ଦୁବୃର୍ତ୍ତ ଲୋକ କୋପ ଦୃଷ୍ଟିରେ ଦେଖୁଛନ୍ତି। ଏମିତି ଏକ ଘଟଣା ଗତ ଜୁନ ୩୦ ତାରିଖ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଲୋଇମୁରା ଥାନା ଅଞ୍ଜଳରେ ଏକ ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଷ୍କର୍ମର ଉଦ୍ୟମ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣାର ସମସ୍ଯା ଲୋଇମୂରା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଏଣୁ ଅଙ୍ଗନୱାଡ଼ି କର୍ମୀଙ୍କୁ ଲୋଇମୁରା ଅଞ୍ଚଳରେ ସୁରକ୍ଷା ପାଇଁ ମଧ୍ୟ ଦାବି କରିଛି ଅଲ୍ ଓଡ଼ିଶା ଲେଡିଜ୍ ଓ୍ବାର୍କର୍ସ ଆସୋସିଏସନ୍ । ତେବେ ସରକାରଙ୍କ ତରଫରୁ ମୋବାଇଲ ଟାୱାର ବ୍ୟବସ୍ତା ସମସ୍ତ ଅଞ୍ଚଳକୁ ହୋଇନାହିଁ। ତାହେଲେ ଅଙ୍ଗନୱାଡ଼ି କର୍ମୀଙ୍କୁ ଅନଲାଇନ୍ ବଦଳରେ ଅଫ୍ ଲାଇନରେ କାମ କରିବାକୁ ଅନୁମତି ଦିଆଯାଉ ବୋଲି ଅଙ୍ଗନୱାଡ଼ି କର୍ମୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।