ଜୁନାଗଡ଼ (କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଛୋରିଆଗଡ ଗ୍ରାମରେ ବହୁଆଡମ୍ୱର ସହିତ ଚୋବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରହର ପାଇଁ ଏକ ବିରାଟ କଳସ ଯାତ୍ରା ଗ୍ରାମର ଶତାଧିକ ପୁରୁସ ଓ ମହିଲା ମାନଙ୍କୁ ନେଇ ସାଗରରୁ ପାଣି ଆଣି ନାମଯଜ୍ଞ କଳସ ସ୍ଥାପନ କରିଥିଲେ।ଦୁଇଦିନ ଧରି ହରେ କୃଷ୍ଣ ହରେ ରାମ ଧ୍ବନିରେ କମ୍ପୁଥିଲା, ଛୋରିଆଗଡ ଗ୍ରାମର ଆବାଳ ବୃଦ୍ଧ ବନିତାଙ୍କ ସହଯୋଗ ଦ୍ୱାରା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ସମାଗମ ଉପରେ ଶୃଙ୍ଖଳିତ୍ ପରିଚାଳନା କରାଯାଇପାରିଥିଲା । ଏହି ନାମ ଯଜ୍ଞ ଦେଖିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତି ମାର୍ଗରେ ନିମଗ୍ନ ବିଭୁ କୃପା ଲାଭକରିଥିଲେ। ଉକ୍ତ ନାମଯଜ୍ଞ କର୍ତ୍ତାଭାବେ ସପତ୍ନୀକ ସୁଧାଂଶୁ ଗୁରୁ ଓ ସରପଞ୍ଚ ସହ ଧର୍ମଣି ଦାୟିତ୍ୱ ତୁଲାଇଥିଲେ। ନାମ ଯଜ୍ଞର ସଫଳତାର ଶ୍ରେୟ ଗ୍ରାମ ବାସି ତଥା ପଞ୍ଚାୟତ ବାଶିକୁ ଉଦ୍ଧିଷ୍ଟ ବୋଲି କର୍ତ୍ତାସି ସୁଧାଂଶୁ ଗୁରୁ ପ୍ରକାଶ କରିଥିଲେ।
