ପବିତ୍ରନଗର ଜୋନ୍ କୁ ବ୍ଲକ ମାନ୍ୟତା ଦାବୀ

ଅନୁଗୋଳ (କୋଶଲ ନ୍ୟୁଜ୍):- ଅନୁଗୋଳ ଜିଲ୍ଲାର ତାଳଚେର ଉପଖଣ୍ଡର ପବିତ୍ର ନଗର ଜୋନକୁ ବ୍ଲକ ମାନ୍ୟତା ଦାବୀ ନେଇ 20/01/25 ରିଖ ଜନ ସଚେତନ ମଞ୍ଚ ପବିତ୍ର ନଗରର କ୍ରିୟାନୁଷ୍ଠାନ କମିଟି ପାଲଲହଡା ବିଧାୟକ ମାନ୍ୟବର ଅଶୋକ ମହାନ୍ତିଙ୍କୁ ଦାବୀ ପତ୍ର ଦେଇଛନ୍ତି । ଏନେଇ ମାନ୍ୟବର ବିଧାୟକ କହିଛନ୍ତି କି ସେ ପଂଚାୟତରାଜ ମନ୍ତ୍ରୀ ଓ କମିଶନରଙ୍କୁ ଜଣାଇ ବିହିତ ବ୍ୟବସ୍ଥା କରିବେ । କ୍ରିୟାନୁଷ୍ଠାନ କମିଟି ଆବାହକ ଶିକ୍ଷାବିତ ବନୋଜ କୁମାର ପ୍ରଧାନ, ଶିକ୍ଷାବିତ ମକୁନ୍ଦ ସାହୁ, ସମିତି ସଭ୍ୟ ପ୍ରିୟରଞ୍ଜନ ମହାନ୍ତି, ବିନୋଦ କୁମାର ଜେନା, ପବିତ୍ର ନଗର ସ୍ମୃତି ସଂସଦ ସଭାପତି ପ୍ରଦୀପ କୁମାର ସାହୁ ଓ ବୁଦ୍ଧିମନ୍ତ ସାହୁ ପ୍ରମୁଖ ବିଧାୟକଙ୍କୁ ଦାବୀ ପତ୍ର ଦେଇଛନ୍ତି ।

Comments
Loading...