Share ଅନ୍ୟାନ୍ୟ ଖବର ପଢନ୍ତୁ ଭଦ୍ରକର ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ… Feb 15, 2024 ଜମି ବାଡି ମାମଲାକୁ ନେଇ ବିବାଦ ; ଥାନାରେ ମାମଲା Jul 23, 2021 କୋଶଲ ନ୍ୟୁଜ୍ ବ୍ୟୁରୋ : ଚାନ୍ଦବାଲି ୨୦/୧୨: ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତର ଉରାସାହିଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲିର ପୂର୍ବତନ ବିଧାୟକ ପାର୍ଥୀ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ପୁଷ୍ପ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିତୀଆଦର୍ଶ ସହ ପୂର୍ବତନ ରାଜସ୍ୱ ମନ୍ତ୍ରୀମନମୋହନ ସାମଲଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡି ଓ କଂଗ୍ରେସ ଦଳର ଅନେକ ନେତୃବୃନ୍ଦ ସହ ୨୫ ପରିବାର ଉରାସାହିଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ଏଥିସହ ବିଜେପିର କର୍ମୀମାନେ କୁଆଁରୀକାନ୍ତିରୁ ବାଇକି ଯୋଗେ ବାହାରି ବିଭିନ୍ନ ଗାଁ ବୁଲିବା ସହ ବିଜେପିର ଶକ୍ତି ପ୍ରଦର୍ଶନ କରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ବତନ ରାଜସ୍ୱମନ୍ତ୍ରୀ ମନମୋହନ ସାମଲ କହିଛନ୍ତି, ଅନ୍ୟ ଦଳର କର୍ମୀମାନେ ବିଜେପିରେ ମିଶିବା ଫଳରେ ବିଜେପିର ସଙ୍ଗଠନ ମଜବୁତ ହେଉଛି,ଦଳପ୍ରତି ଭୋଟରଙ୍କ ଆସ୍ଥା ବଢୁଛି, ତାହା ଆଗାମୀ ଦିନରେ ତୃଣମୂଳ ସ୍ତରରେ ଆମ ଶକ୍ତି ସାମର୍ଥକୁ ଆହୁରି ବୃଦ୍ଧି କରିଵ ବୋଲି କହିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ। 0 8 Share FacebookTwitterWhatsAppEmailFacebook MessengerTelegramPrint