ଜିଲ୍ଲାପାଳ ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ସମୀକ୍ଷା ବୈଠକ


ଦେବଗଡ଼ (କୋଶଲ ନ୍ୟୁଜ୍):- ଜିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ବିଭିନ୍ନ ଯୋଜନା ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସରକାର ଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନ କଲ୍ୟାଣ ମୂଳକ ଉନ୍ନୟନ ଯୋଜନା ର ବ୍ଲକ ୱାରୀ ସମୀକ୍ଷା କରାଯାଇଥିଲା। ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ରାଜ୍ୟ ଅର୍ଥ କମିଶନର ଓ କେନ୍ଦ୍ରୀୟ ଅର୍ଥ, ବିକଶିତ ଗାଁ ଓ ବିକଶିତ ଓଡିଶା, ଜନ ସୁରକ୍ଷା ସମିତି ଗୃହ, ଅମୂତସରବର, ଅଙ୍ଗନବାଡି କେନ୍ଦ୍ର ର ଗୃହ ନିର୍ମାଣ, ସ୍ୱାସ୍ଥ୍ୟ ବିଭାଗ ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ଗୁଡିକ ଯୁଦ୍ଧ କାଳୀନ ଭିତିରେ ଶେଷ କରିବା ପାଇଁ ସମ୍ପୃକ୍ତ ବିଭାଗ କୁ ତାଗିତ କରିଥିଲେ ।

ବ୍ଲକ ର ଅନୁସୂଚିତ ଜନଜାତି ଗ୍ରାମ ଗୁଡିକ ରେ ଗମନା ଗମନ ର ସୁବିଧା ସବୁଦିନିଆ ରାସ୍ତା ନିର୍ମାଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହି ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ସୂର୍ଯ୍ୟକାନ୍ତ ବରିହା, ପ୍ରୋଗ୍ରାମ ମ୍ୟାନେଜର ଆଶିଷ ବାରିକ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Loading...